ଓଡ଼ିଶା ଜିତିଲା ୱାର୍ଲଡ ହାବିଟାଟ ଆୱାର୍ଡ

ଓଡ଼ିଶା ଜିତିଲା ୱାର୍ଲଡ ହାବିଟାଟ ଆୱାର୍ଡ

ଓଡ଼ିଶା ଜିତିଲା ୱାର୍ଲଡ ହାବିଟାଟ ଆୱାର୍ଡ
ଭୁବନେଶ୍ୱର : ଓଡ଼ିଶାକୁ ଏହାର ମହତ୍ତ୍ୱକାଂକ୍ଷୀ ଯୋଜନା "ଜାଗା ମିସନ୍' ପାଇଁ ଅନ୍ତର୍ଜାତୀୟ ସ୍ୱୀକୃତି ସ୍ୱରୂପ ‘ୱାର୍ଲଡ ହାବିଟାଟ ଆୱାର୍ଡ' ମିଳିଛି । ବ୍ରିଟେନ ସ୍ଥିତ ୱାର୍ଲଡ ହାବିଟାଟ ସଂସ୍ଥା ପକ୍ଷରୁ ୟୁଏନ୍-ହାବିଟାଟ ସହଯୋଗରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଅଭିନବ ଉଦ୍ଭାବନ ପାଇଁ ମାନ୍ୟତା, ସର୍ବଶ୍ରେଷ୍ଠ, ବିପ୍ଳବାତ୍ମକ ବିଚାର, ପ୍ରକଳ୍ପ ଏବଂ ଯୋଜନା ପାଇଁ ପ୍ରତ୍ୟେକ ବର୍ଷ ଏହି ବିଶ୍ୱସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଥାଏ । ଜାଗା ମିସନକୁ ବିଶ୍ୱର ସବୁଠୁ ବଡ଼ ବସ୍ତି ଜମି ପ୍ରକଳ୍ପର ମାନ୍ୟତା ମିଳିଛି । ଯେଉଁଥିରେ ସହରାଞ୍ଚଳରେ ବସ୍ତିରେ ରହୁଥିବା ଲକ୍ଷାଧିକ ଗରିବ ଲୋକ ଉପକୃତ ହେବେ, ସେମାନେ ସ୍ୱାଭିମାନର ସହ ରହିବେ ଏବଂ ବାସଚୁ୍ୟତ ହେବାର ଭୟ ରହିବନି । ଏହି ମିସନ ମେ ୨୦୧୮ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟା ଟ୍ରଷ୍ଟସ ଏବଂ ନରମାନ ଫୋଷ୍ଟର ଫାଉଣ୍ଡେସନ୍ ସହଯୋଗରେ ଆରମ୍ଭ ହୋଇଥିବା ବେଳେ ଏଥିରେ ବସ୍ତି ବାସିନ୍ଦାଙ୍କୁ ଜମି ଯୋଗାଇବା ସହ ଏକ ବାସୋପଯୋଗୀ ସ୍ଥାନରେ ରହିବାର ସୁବିଧା ଉପଲବ୍ଧ ହେଉଛି । ବର୍ତ୍ତମାନ ସୁଦ୍ଧା ୫୨,୬୮୨ ପରିବାରକୁ ଜମି ଅଧିକାର ସାର୍ଟିଫିକେଟ୍ ମିଳି ସାରିଥିବା ବେଳେ ୧୭୨୫ ବସ୍ତିର ଡ୍ରୋନ୍ ଏବଂ ଜିଆଇଏସ୍ ଜ୍ଞାନକୌଶଳରେ ସର୍ଭେ ସରିଛି ।