ପାଟକୁରା ଫଳ:ଏକାଦଶ ରାଉଣ୍ଡରେ ବିଜେଡି ୧୪୭୨୭ ଭୋଟରେ ଆଗୁଆ

ପାଟକୁରା ଫଳ:ଏକାଦଶ ରାଉଣ୍ଡରେ ବିଜେଡି ୧୪୭୨୭ ଭୋଟରେ ଆଗୁଆ

ପାଟକୁରା ଫଳ:ଏକାଦଶ ରାଉଣ୍ଡରେ ବିଜେଡି ୧୪୭୨୭ ଭୋଟରେ ଆଗୁଆ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏକାଦଶ ରାଉଣ୍ଡ ସୁଦ୍ଧା ବିଜେଡି ୬୩,୭୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୪୯୦୬୦ ଭୋଟ ମିଳିଛି ନବମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୫୩୭୩୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୯୬୫୫ ଖଣ୍ଡ ଭୋଟ ମିଳିଛି । ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୪୭୯୮୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୪୩୦୩ ଖଣ୍ଡ ଭୋଟ ମିଳିଛି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୪୨୦୩୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୩୦୨୪୬ ଖଣ୍ଡ ଭୋଟ ମିଳିଛି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୩୬୬୧୨ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୬୦୮୦ ଖଣ୍ଡ ଭୋଟ ମିଳିଛି । ପଂଚମ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୩୦୬୦୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୨୧୯୨୭ ଖଣ୍ଡ ଭୋଟ ମିଳିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୨୫୨୧୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୭୭୮୩ ଖଣ୍ଡ ମିଳିଛି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୯୦୫୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୧୨୭୧୩ ଖଣ୍ଡ ଭୋଟ ମିଳିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୨୪୭୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୯୦୪୮ ଖଣ୍ଡ ଭୋଟ ମିଳିଛି । ଦ୍ୱିତୀୟ ରାଉଣ୍ଡରେ ବିଜେପିର ପ୍ରଦର୍ଶନ ପ୍ରଥମ ରାଉଣ୍ଡ ଅପେକ୍ଷା ବେଶ ଭଲ ଥିଲା । ତେବେ ମୋଟ ଭୋଟ ହିସାବକୁ ନେଲେ ବିଜେପି ପ୍ରାୟ ୩୪୦୦ ଭୋଟ ପଛରେ ରହିଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୮୩୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ ମିଳିଥିଲା । ପ୍ରଥମେ ବିଜେଡ଼ି ଗଡ଼ କୁହାଯାଉଥିବା ଡେରାବିଶ ବ୍ଲକର ଭୋଟ ଗଣତି ହେଉଥିବାବେଳେ ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣତି କରାଯିବ ।