ଖିରିର ଜନ୍ମ ବତିଶ ହଜାର ବର୍ଷ ତଳେ

ଖିରିର ଜନ୍ମ ବତିଶ ହଜାର ବର୍ଷ ତଳେ

ଖିରିର ଜନ୍ମ ବତିଶ ହଜାର ବର୍ଷ ତଳେ
ମଣିଷ ଦଶ ହଜାର ବର୍ଷ ତଳେ କୃଷି କର୍ମ ଆରମ୍ଭ କରିଥିବା ବିଶ୍ୱାସ କରାଯାଉଥିଲା । କୃଷି କର୍ମ ଆରମ୍ଭ ପୂର୍ବରୁ ଗୁମ୍ଫାରେ ବାସ କରୁଥିବା ମଣିଷର ମୁଖ୍ୟ ଖାଦ୍ୟ ଥିଲା ଫଳମୂଳ, ମାଂସ ଓ କନ୍ଦ । ଇତାଲିର ଏକ ଗୁମ୍ଫାରୁ ମିଳୁଥିବା ଖାଦ୍ୟ ପଦାର୍ଥ, ଗୁଣ୍ଡ ଶସ୍ୟରୁ ପ୍ରସ୍ତୁତ ଖିରି (ପୋରିକ) ବୋଲି ବିଜ୍ଞାନୀମାନେ ଏକ ପରୀକ୍ଷାରୁ ଜାଣିପାରିଛନ୍ତି । ଗୁମ୍ଫାରୁ ଶସ୍ୟ ଚୂର୍ଣ୍ଣ ପାଇଁ ଉଦ୍ଧିଷ୍ଟ ଏକ ପ୍ରସ୍ତର ମଧ୍ୟ ମିଳିଥିଲା । ଉକ୍ତ ଖିରି ପ୍ରାୟ ବତିଶ ହଜାର ବର୍ଷ ତଳର । ଏହି ନୂତନ ଆବିଷ୍କାର ସହ କୃଷି କର୍ମ ଆରମ୍ଭ ସମୟକୁ ନେଇ ରହିଥିବା ଧାରଣା ଭ୍ରମାତ୍ମକ ବୋଲି କୁହାଯାଉଛି । ଶସ୍ୟ ଉପôାଦନ ଓ ଖାଦ୍ୟ ଭାବେ ଏହାର ବ୍ୟବହାର ବତିଶ ହଜାର ବର୍ଷ ଠାରୁ ଅଧିକ ପୁରାତନ ହୋଇଥାଇପାରେ ।