ନିଆରା ବଂଶୀ ବାଦକ ଙ୍କ କରୁଣ କାହାଣୀ
ନିଆରା ବଂଶୀ ବାଦକ ଙ୍କ କରୁଣ କାହାଣୀ
admin
Feb 25, 2020 - 10:53
Updated: Feb 25, 2020 - 10:53
କମିଯାଉଛି ସଂସ୍କୃତି, ପରମ୍ପରା ଓ କଳାକୃତିର ଲୋକପିୟତା । ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମଳିଛି । ବରଗଡ ଜିଲ୍ଲାର ପାଇକମାଳ ବ୍ଲକ ଅଧିନସ୍ଥ ମହୁଲପାଲି ଗ୍ରାମରେ ନିଆରା ବଂଶୀ ବାଦକ ରମେଶ ବରିହାଙ୍କ ଜନ୍ମ ହୋଇଥିଲା । ଗରିବ ଆଦିବାସୀ ସଂପ୍ରଦାୟର ଛୋଟ ବେଳେ ପାଠ ପଢିବା ପାଇଁ ଆଗ୍ରହ ଥିଲେ ମଧ୍ୟ ଅର୍ଥ ସାଜିଥିଲା ବାଧକ । ଅଭାବ ଅନଟନ ପାଇଁ ୨ୟ ଶ୍ରେଣୀରେ ପୂର୍ଣ୍ଣଛେଦ ପଡିଥିଲା ତାଙ୍କ ପଢାରେ । ଏକ ଦଣ୍ଡଦଳରେ ସାମିଲ ହୋଇ ଛୋଟବେଳୁ ନିଶ୍ୱାସ ପ୍ରଶ୍ୱାସ ରେ ବଂଶୀ ବାଦନର ଅଭ୍ୟାସ ଥିଲା । ବଂଶୀ ବାଦନ ଓ ଅଭ୍ୟାସକୁ ଲୋକ ଲୋଚନକୁ ଆଣି ବେଶ୍ ଆଲୋଡନା ସୃଷ୍ଟି କରିଛି । ବର୍ତମାନ ମହୁଲପାଲି ଗ୍ରାମରେ ୨୫ଜଣଙ୍କୁ ନେଇ ଗଢିଉଠିଥିବା କମରସାନୀ ବିନ୍ଧ୍ୟବାସିନୀ କଲଙ୍ଗୀ ଦଳର ବଂଶୀବାଦକ ଭାବେ ବେଶ୍ ପରିଚୟ ସୃଷ୍ଟି କରିପାରିଛନ୍ତି । ଏକ ଭଙ୍ଗାଦଦରା ଘରଟିଏ ତାଙ୍କର ସମ୍ପତି ପହିଲେ ଅତୁ୍ୟକ୍ତି ହେବ ନାହିଁ । କାରଣ ତାଙ୍କର ଜମିବାଡି କହିଲେ କିଛି ନାହିଁ । ବୟସ ତାଙ୍କର ୪୦ରୁ ୪୫ ବର୍ଷ ହେବ । ପୁଅ ଝିଅ ଓ ସ୍ୱାମୀ ସ୍ତୀ ମିଶି ସମୁଦାୟ ୬ଜଣ । ପରିସ୍ଥିତି ଏପରି ଯେ ମୁଲ ଲାଗି ଓ ଦାଦନ ଖଟି ପେଟ ପୋଶିବାକୁ ପଡୁଛି । ଦୁଃଖର ଓ ପରିତାପର ବିଷୟ ଏହିଯେ ଆଜି ପର୍ୟ୍ୟନ୍ତ ତାଙ୍କୁ ରହିବାପାଇଁ ବାସଗୃହ ଟିଏ ମଧ୍ୟ ସରକାରୀ ଭାବେ ମିଳିପାରିନାହିଁ ା ଏଠାରେ ଉଲ୍ଲେଖନୀୟ ଯେ କଳାକାର ଭତ୍ତା ତାଙ୍କ ପାଇଁ ଦିବାସ୍ୱପ୍ନ ମାତ୍ର ା ଏଭଳି ନିଆରା ବଂଶୀ ବାଦକଙ୍କୁ ପ୍ରସାଶନ ସ୍ତରରେ ତଥା ପଦ୍ମପୁର ଉପଜିଲ୍ଲାପାଳ ମହାଶୟ, ନୂତନଭାବେ ଅବସ୍ଥାପିତ ବି.ଡିଓ ମହାଶୟ ତଥା ବରଗଡ ଜିଲ୍ଲାପାଳ ମହାଶୟ ସୁଦୃଷ୍ଟି ଦେବାକୁ ସାମ୍ବାଦିକ ନିରଂଜନ ତ୍ରିପାଠୀ ଦାବି କରନ୍ତିା