ଆଜି ‘କ୍ୟାମେରା ଦିବସ’ ।

ଆଜି ‘କ୍ୟାମେରା ଦିବସ’ ।

ଆଜି ‘କ୍ୟାମେରା ଦିବସ’ ।
ଆଜି ‘କ୍ୟାମେରା ଦିବସ’ । ଫ୍ରେଞ୍ଚ ଉଦ୍ଭାବକ ଜୋସେଫ ନିସେଫର ନିପସ ୧୮୨୫ ରେ ବିଶ୍ୱର ପ୍ରଥମ ଫଟୋଗ୍ରାଫ ଉଠାଇଥିଲେ । ସେଇଟି ଥିଲା, ଲି ଗ୍ରାସସ୍ଥିତ ତାଙ୍କ ପାରିବାରିକ ଭୂସମ୍ପତ୍ତିର ଫଟୋ । ସେ ଯେଉଁ କାରିଗରୀ କୌଶଳ ଦ୍ୱାରା ନିଜ ପ୍ରାସାଦର ଏକ ଝରକା ପାଖରୁ ଫଟୋଟି ଉଠାଇଥିଲେ, ତାହା ‘ହେଲିଓଗ୍ରାଫ’ ଭାବେ ନାମିତ । ତାହା ପରେ ୧୮୩୯ ରେ ଲୁଇସ ଜାକ ମାଣ୍ଡେ ଡାଗେୟା ଏବଂ ୧୮୫୬ ରେ ହାମିଲଟନ ସ୍ମିଥ ଫଟୋ ଉଠାଇବା ପାଇଁ ଯଥାକ୍ରମେ ‘ଡାଗେୟାଟାଇପ’ ଓ ‘ଟିନ୍‌ଟାଇପ’ କାରିଗରୀ କୌଶଳ ବିକଶିତ କରିଥିଲେ । ତାହାର ବହୁ ବର୍ଷ ପରେ ପ୍ରଥମ କ୍ୟାମେରା ଫିଲ୍ମ ତିଆରି କରିଥିଲେ ଜର୍ଜ ଇଷ୍ଟମ୍ୟାନ । ୧୮୮୮ ରେ କୋଡାକ କ୍ୟାମେରାର ବିକ୍ରି ଆରମ୍ଭ ହୋଇଥିଲା । ୧୯୨୫ ରେ ବଜାରକୁ ଆସିଥିବା ପ୍ରଥମ ଲାଇକା କ୍ୟାମେରା ଏବଂ ୧୯୩୬ ରେ ପ୍ରଥମ ୩୫ ଏମଏସ ରେଞ୍ଜଫାଇଣ୍ଡର କାନନ । ୧୯୮୯ ରେ ପ୍ରଥମ ଫୁଜି ଡିଜିଟାଲ କ୍ୟାମେରା ନିର୍ମିତ ହେଲା । ଏବଂ ୧୯୯୧ ରେ କୋଡାକ ଡିଜିଟାଲ କ୍ୟାମେରା । ୧୯୯୯ରେ ନିକନ ଡିଜିଟାଲ ଏସଏଲଆର କ୍ୟାମେରା ପ୍ରଥମ ଥର ପାଇଁ ବଜାରକୁ ଆସିଥିଲା । ୨୦୧୦ ପରେ ସବୁ ମୋବାଇଲ ଫୋନରେ କ୍ୟାମେରା ବ୍ୟବହୃତ ହେଉଛି ।