କରୋନା ପଛରେ ଅଛି ଚୀନ ଲ୍ୟାବ୍‌, ବ୍ରିଟ୍ରେନ ସରକାରଙ୍କୁ ମିଳିଲା ଗୁଇନ୍ଦା ତଥ୍ୟ

କରୋନା ପଛରେ ଅଛି ଚୀନ ଲ୍ୟାବ୍‌, ବ୍ରିଟ୍ରେନ ସରକାରଙ୍କୁ ମିଳିଲା ଗୁଇନ୍ଦା ତଥ୍ୟ

କରୋନା ପଛରେ ଅଛି ଚୀନ ଲ୍ୟାବ୍‌, ବ୍ରିଟ୍ରେନ ସରକାରଙ୍କୁ ମିଳିଲା ଗୁଇନ୍ଦା ତଥ୍ୟ
କରୋନା ଭାଇରସ ମହାମାରୀ ବ୍ୟାପିବା ପଛରେ ଚୀନର ଉହାନ ସହରରେ ଥିବା ସବୁଠାରୁ ବଡ଼ ଭୂତାଣୁ ଗବେଷଣା ଲ୍ୟାବ ରହିଛି ଏବଂ ଏହି ଲ୍ୟାବର ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କର୍ମଚାରୀଙ୍କ ପାଇଁ ଏବେ ସମଗ୍ର ବିଶ୍ୱ ସଂକଟରେ ପଡିଯାଇଛି ବୋଲି ବ୍ରିଟେନ ସରକାରଙ୍କୁ ଗୁଇନ୍ଦା ତଥ୍ୟ ମିଳିଛି । ତେବେ ଚୀନ ସରକାର ସମଗ୍ର ବିଶ୍ୱକୁ ଚକମା ଦେଇ ନାନାମିଥ୍ୟା ତଥ୍ୟ ପ୍ରକାଶ କରୁଛନ୍ତି ଏବଂ ଅନ୍ୟ ମୁଣ୍ଡରେ ଅଠା ବୋଳିବାକୁ ଷଡ଼ଯନ୍ତ୍ର ଚାଲିଛି । ବ୍ରିଟେନର ଶୀର୍ଷ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଭାଇରସ ଅସଲରେ କୌଣସି ମାଂସ ବଜାରରୁ ବ୍ୟାପିନାହିଁ ଏବଂ ଉହାନ ଲ୍ୟାବରୁ ଲିକ୍ ହେବା ପରେ ଏଥିରେ ଲୋକେ ଆକ୍ରାନ୍ତ ହୋଇଥିଲେ । ଉହାନ ସ୍ଥିତି ସବୁଠାରୁ ବଡ଼ ଭୂତାଣୁ ଗବେଷଣା ଲ୍ୟାବଠାରୁ ମାତ୍ର ୧୦ ମାଇଲ ଦୂରରେ ଏକ ମାଛ ଓ ମାଂସ ବଜାର ରହିଥିବାରୁ ଚୀନ ଏହି ବଜାର ଉପରେ ଦୋଷ ଲଦି ଖସିଯିବାକୁ ନାନା ମିଥ୍ୟା ତଥ୍ୟ ଦେଇଥିଲା ବୋଲି ବ୍ରିଟିଶ ଗୁଇନ୍ଦା ଦର୍ଶାଇଛନ୍ତି । ଡେଲି ମେଲ ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦ୍ୱାରା ଗଠିତ କମିଟି ଏହି ଗୁଇଦା ତଥ୍ୟ ଉପରେ ଆଲୋଚନା କରିବା ପରେ ଏ ବାବଦରେ ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଚୀନ ଲ୍ୟାବର କର୍ମଚାରୀମାନେ ପ୍ରଥମେ ଆକ୍ରାନ୍ତ ହୋଇଥିଲେ ଏବଂ ଏହା ପରେ ମାଛ ବଜାରରୁ ଯାଉଥିବା ଲୋକେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ବ୍ରିଟେନକୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି । ୨୦୦୪ ରେ ଉହାନରେ ଭୂତାଣୁ ଗବେଷଣା ଲ୍ୟାବରୁ ଘାତକ ସାର୍ସ ଭାଇରସ ବ୍ୟାପିଥିଲା । ଯେଉଁଥିରେ ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୯ ଜଣ ସଂକ୍ରମିତ ହୋଇଥିଲେ । ଚୀନ ସରକାର ସେତେବେଳେ କହିଥିଲେ ଯେ ଦାୟିତ୍ୱହୀନତା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ଏବଂ ଏଥିପାଇଁ ୫ ଅଧିକାରୀ ମଧ୍ୟ ଦଣ୍ଡିତ ହୋଇଥିଲେ । ଚୀନ ବିଭିନ୍ନ ଘାତକ ଭୂତାଣୁକୁ ନେଇ ବିଭିନ୍ନ କାହାକୁ ଅଛପା ନାହିଁ । ଏବେ ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ସମଗ୍ର ମାନବ ଜାତି ପାଇଁ ଭୟାନକ ବିପଦ ଆଣିଛି ।