କରୋନା ଉଜାଡ଼ୁଛି ସାମାଜିକ ସନ୍ତୁଳନ
କରୋନା ଉଜାଡ଼ୁଛି ସାମାଜିକ ସନ୍ତୁଳନ
admin
Apr 6, 2020 - 12:16
Updated: Apr 6, 2020 - 12:16
ସମ୍ପ୍ରତି ପୃଥିବୀ ପାଇଁ କରୋନା ଭୂତାଣୁ ଜନିତ ମହାମାରୀ ରୋଗ କୋଭିଡ-୧୯ ଅନ୍ୟତମ ବିଶ୍ୱଯୁଦ୍ଧ ତୁଲ୍ୟ ମାନବ ଗଣସଂହାର ଭାବେ ଉଭା ହୋଇଛି । ତାହା କବଳରୁ ନିଜକୁ ବଞ୍ଚାଇବା ପାଇଁ ବିଶ୍ୱ ସମୁଦାୟ ବିକଳ୍ପ ଉପାୟମାନ ଖୋଜି ଚାଲିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଏହି ମହାମାରୀ ପ୍ରଭାବ ଯୋଗୁଁ ସାମାଜିକ ସନ୍ତୁଳନର ବିଷୟ ହୋଇଚାଲିଥିବା ଘଟଣା ଚିନ୍ତାର ବିଷୟ ହୋଇଛି । ବିଶେଷ କରି ଉତ୍ତର ଆମେରିକୀୟ ଦେଶ ମେକ୍ସିକୋରେ ସାଧାରଣଲୋକଙ୍କ ମଧ୍ୟରେ ହତ୍ୟା ପ୍ରବଣତା ମାତ୍ରାଧିକ ବଢ଼ି ଚାଲିଥିବା ଦେଖିବାକୁ ମିଳିଛି । ବିଶ୍ୱର ପ୍ରାୟ ଦୁଇ ଶହରୁ ଅଧିକ ଦେଶରେ କାୟା ବିସ୍ତାର କରି ସାରି୍ ବା ଏହି ଦୁଃସାଧ୍ୟ ରୋଗ କରୋନା ଦାଉରେ ଲୋକ ତ୍ରିାହି ତ୍ରାହି ଡାକ ଛାଡ଼ିଥିବା ବେଳେ ମେକ୍ସିକୋରେ ହତ୍ୟା ଘଟଣା ଆଶାତୀତ ଭାବେ ବୃଦ୍ଧି ପାଇଥିବା ରିପୋର୍ଟ ମିଳିଛି । ସାଢ଼େ ୧୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ କେବଳ ଗତ ମାର୍ଚ୍ଚ ମାସରେ ହିଁ ସଂଙଟିତ ୨୫୮୫ ଟି ହତ୍ୟାକାଣ୍ଡ ସେଠାରେ ସରକାର ମୁଣ୍ଡ ବିନ୍ଧାର କାରଣ ସାଜିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ ପାଖାପାଖି ଥିବା ବେଳେ ମୃତକଙ୍କ ସଂଖ୍ୟା ୬୦ ରହିଛି । ତେବେ ଦିନକୁ ଦିନ ବ୍ୟାପିଚାଲିଥିବା ଏହି କରୋନା ସଂକଟର ମୁକାବିଲା ପାଇଁ ଦେଶର ସୁରକ୍ଷା କର୍ମୀମାନେ ବ୍ୟସ୍ତ ରହୁଛନ୍ତି । ଏହି ମଉକାରେ ଦୁର୍ବଳ ଅର୍ଥନୀତି ସମ୍ପନ୍ନ ଏହି ଦେଶରେ ସାମ୍ପ୍ରତିକ ସ୍ଥିତି ଅପରାଧୀମାନଙ୍କ ପାଇଁ ଅନୁକୂଳ ବାତାବରଣ ଆଣିଛି । ସୂଚନା ଯୋଗ୍ୟ ୪୦ ପ୍ରତିଶତରୁ ଅଧିକ ଦେଶବାସୀ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହି ଦେଶରେ ବହୁଳ ନିଶାଦ୍ରବ୍ୟ କାରବାର ହିଁ ଅପରାଧୀମାନଙ୍କ ଅବାଧ ଚରାଭୁଇଁ ପାଲଟିଛି । ସ୍ଥିତିର ମୁକାବିଲା ପାଇଁ ଦେଶର ସୁରକ୍ଷା ବାହିନୀ ନିୟୋଜିତ ରହିଥିବାରୁ ହତ୍ୟା ଘଟଣା ସାର୍ବଜନୀନ ରେକର୍ଡ ଭାଙ୍ଗିଛି ।