ବାସ୍ତୁ ପରାମର୍ଶ

ବାସ୍ତୁ ପରାମର୍ଶ

ବାସ୍ତୁ ପରାମର୍ଶ
ଘରର ମୁଖ୍ୟ ପ୍ରବେଶ ଦ୍ୱାରା ପୂର୍ବମୁହାଁ ହେବା ଉଚିତ । ଯଦି ଆପଣଙ୍କ ଘରର ପ୍ରବେଶ ପଥ ପୂର୍ବରେ ନଥାଏ, ତାହା ହେଲେ ମୁଖ୍ୟ ଦ୍ୱାରର ଠିକ୍ ସମ୍ମୁଖରେ ଏକ ବଡ଼ ଦର୍ପଣ ଲଗାନ୍ତୁ ଏବଂ ସ୍ୱସ୍ତିକ ଚିହ୍ନ ରଖନ୍ତୁ । ତା ସହିତ ପୂର୍ବୋତ୍ତର ଦିଗରେ ଏକ କଳସ ରଖନ୍ତୁ । ଆମ୍ବପତ୍ର ଶୁଖିବା ପୂର୍ବରୁ ପାଣି ସହିତ ତାକୁ ବି ନିୟମିତ ବଦଳାନ୍ତୁ । ଘରର ପ୍ରବେଶ ପଥ ସମ୍ମୁଖ ବା ପାଶ୍ୱର୍ରେ ଶୌଚାଳୟ ରଖନ୍ତୁ ନାହିଁ । ଶୋଇବା ଘରେ ମଧ୍ୟ ଠାକୁରଙ୍କ ଫଟୋ ବା କ୍ୟାଲେଣ୍ଡର ଲଗାନ୍ତୁ ନାହିଁ । ରୋଷେଇ ଘରେ ପୂଜା ଜିନିଷ ରଖନ୍ତୁ ନାହିଁ । ସକାଳେ ଝାଡ଼ୁ ଲଗାଇବା ପରେ ଗୋମୂତ୍ର ସିଞ୍ଚନ କରନ୍ତୁ । ପ୍ରତିଦିନ ସକାଳେ ମୁଖ୍ୟ ଦ୍ୱାରରେ ରଙ୍ଗୋଲି ପକାନ୍ତୁ ।