ଆରପାରିରେ ବଲିଉଡ୍ ଅଭିନେତା ଋଷି କପୁର୍
ଆରପାରିରେ ବଲିଉଡ୍ ଅଭିନେତା ଋଷି କପୁର୍
admin
Apr 30, 2020 - 05:24
Updated: Apr 30, 2020 - 05:24
ଚଳଚିତ୍ର ଜଗତରେ ଏବେ କଳା ବାଦଲ ଢାଙ୍କି ହେଇଯାଇଛି | ଜଣକ ପରେ ଜଣେ ଅଭିଜ୍ଞ କଳାକାର ପରଲୋକ ଗମନ କରୁଛନ୍ତି | ଗତକାଲି ଜଣେ ଅଭିନେତାଙ୍କୁ ହରେଇବାର ଦୁଃଖ ଯାଇନି ଆଜି ଆଉ ଜଣେ ଅଭିନେତାଙ୍କୁ ହରେଇଛି ସିନେ ଜଗତ | କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି । ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି । ଠିକ୍ ସେମିତି ଜଣେ ପ୍ରତିଭା ଥିଲେ ବଲିଉଡ୍ ଅଭିନେତା ଋଷି କପୁର । ଆଜି 67 ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଆକ୍ଟର ଋଷି କପୁର । ଏହି ଦୁଃଖର ଖବର ନିଜ ଟ୍ୱିଟରରେ ସେୟାର କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଅତି ଭାବୁକ ହୋଇ ସେ ଲଖିଛନ୍ତି , ଋଷି କପୁର ଦୁନିଆ ଛାଡ଼ି ଚାଲିଗଲେ । ମୁଁ ବରବାଦ ହୋଇଗଲି । ତାଙ୍କ ବିୟୋଗରେ ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛି ।
ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏନ୍ଏଚ୍ ରିଲାଏନ୍ସ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ରହିଥିଲେ। ଋଷି କପୁର୍ କ୍ୟାନ୍ସର ପୀଡ଼ିତ ଥିବାବେଳେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାନ୍ସରର ଚିକିତ୍ସା ପାଇଁ ସେ ଗତ ଏକ ବର୍ଷ ଧରି ଆମେରିକାର ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ। ଗତବର୍ଷ ଆମେରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଋଷି । 2018 ରେ କ୍ୟାନ୍ସରରେ ପୀଡ଼ିତ ଥିବାର ସୂଚନା ମିଳିଥିଲା । ନ୍ୟୁର୍ୟକରେ ସେ ଏକ ବର୍ଷ ଧରି ଚିକିତ୍ସିତ ହେଉଥିବାବେଳେ ତାଙ୍କ ସହ ତାଙ୍କ ପତ୍ନୀ ନୀତୁ ସିଂ ରହିଥିଲେ । ଗତ ଫେବୃଆରୀର ସେ ଦୁଇ ଦୁଇ ଥର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।