ଅଗଷ୍ଟ କ୍ରାନ୍ତି ଦିବସ

ଅଗଷ୍ଟ କ୍ରାନ୍ତି ଦିବସ

ଅଗଷ୍ଟ କ୍ରାନ୍ତି ଦିବସ
୧୯୪୨ ଅଗଷ୍ଟ ନଅ ତାରିଖରେ ଦେଶକୁ ବ୍ରିଟିଶ ଶାସନ ମୁକ୍ତ କରିବା ପାଇଁ ଶେଷ ପର୍ଯ୍ୟାୟରେ ଆନ୍ଦୋଳନ ମୁମ୍ବାଇରୁ ଆରମ୍ଭ ହୋଇଥିଲା । ଏହା ଅଗଷ୍ଟ କ୍ରାନ୍ତି’ ଭାବେ ପ୍ରସିଦ୍ଧ । ଏହି ଆନ୍ଦୋଳନ ପୂର୍ବରୁ ସମସ୍ତ ପ୍ରମୁଖ କଂଗ୍ରେସ ନେତାଙ୍କୁ ଗରିଫ କରିନିଆଯାଇଥିବାରୁ ଅରୁଣା ଆସେଫ ଅଲ୍ଲୀ ମୁମ୍ବାଇର ‘ଗୱାଲିୟା ଟ୍ୟାଙ୍କ ମଇଦାନ’ (ପରେ ଅଗଷ୍ଟ କ୍ରାନ୍ତି ମଇଦାନ’ ଭାବେ ନାମିତ) ରେ ପତାକା ଉଡ଼ାଇ, ଏହି ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ରିଟିଶ ପକ୍ଷରୁ ସମର୍ଥନ ସତ୍ତେ୍ୱ ଯୁଦ୍ଧ ପରେ ଭାରତକୁ ସ୍ୱାଧୀନତା ଦେବା ପାଇଁ ଇଂରେଜମାନେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ଏହା ବିରୋଧରେ ବିଶାଳ ଜନ ଆନ୍ଦୋଳନ (ଭାରତ ଛାଡ଼ ଆନ୍ଦୋଳନ) ଲାଗି ୪ ଜୁଲାଇ ୧୯୪୨ରେ ନିଷ୍ପତ୍ତି ନିଆଯାଇଥିଲା । ସେତେବେଳେ ଏହି ପ୍ରସଙ୍ଗରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ରେ ମତଭେଦ ହୋଇଥିଲା । ମହାତ୍ମା ଗାନ୍ଧିଙ୍କ ଆନ୍ଦୋଳନ ଡାକରାକୁ ଗ୍ରହଣ ନ କରି ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଦଳ ଛାଡ଼ିଥିଲେ । ‘ହିନ୍ଦୁ ମହାସଭା’, ‘ମୁସଲିମ ଲିଗ୍’, ‘ଭାରତୀୟ କମ୍ୟୁନିଷ୍ଟ ପାର୍ଟି’ ମଧ୍ୟ ସମର୍ଥନ ଦେଇ ନଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଗାନ୍ଧୀଙ୍କ ଡାକରାକୁ ବିପୁଳ ଜନସମର୍ଥନ ମିଳିଥିଲା ।