କିଲୋ ପିଛା ୧୨୦୦ଟଙ୍କାରେ ବିକ୍ରି ହୋଇଥାଏ ଦେଶର ସବୁଠୁ ମହଙ୍ଗା ପରିବା
କିଲୋ ପିଛା ୧୨୦୦ଟଙ୍କାରେ ବିକ୍ରି ହୋଇଥାଏ ଦେଶର ସବୁଠୁ ମହଙ୍ଗା ପରିବା
admin
Aug 24, 2020 - 11:41
Updated: Aug 24, 2020 - 11:41
ମୁମ୍ବାଇ : ଦେଶର ସବୁଠୁ ମହଙ୍ଗା ଖାଦ୍ୟ (ପନିପରିବା) ମଧ୍ୟରେ ଏହା ଅନ୍ୟତମ । କେବଳ ଏହା ଶ୍ରାବଣ ମାସରେ ବିକ୍ରି ହୋଇଥାଏ । ଏହା ଦେଶର କେବଳ ଦୁଇଟି ରାଜ୍ୟରେ ଉପଲବ୍ଧ ହୋଇଥାଏ । କିନ୍ତୁ ଏହି ଦୁଇ ଜାଗାରେ ଏହାର ନାମ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଏହି ସବ୍ଜିରନାମ ଖୁଖାଡି । ଏହାର ମୂଲ୍ୟ ପ୍ରତି କିଲୋ ୧୨୦୦ଟଙ୍କା । କିନ୍ତୁ ବଜାରକୁ ଆସିବା ମାତ୍ରେ ହିଁ ଏହି ସବ୍ଜୀ ବିକ୍ରି ହୋଇଥାଏ । ଏହି ସବ୍ଜୀରେ ମାତ୍ରାଧିକ ପ୍ରୋଟିନ୍ ରହିଥାଏ । ଛତିଶଗଡରେ ଏହାକୁ ଖୁଖାଡୀ କୁହାଯାଉଥିବାବେଳ ଝାରଖଣ୍ଡରେ ଏହାକୁ ରୁଗ୍ଡା କୁହାଯାଏ । ଏହି ଖାଦ୍ୟ ପଦାର୍ଥଟି ମସରୁମ୍ ପ୍ରଜାତିର ବୋଲି ସୂଚନା ରହିଛି । ଏହାକୁ ଦୁଇ ଦିନ ମଧ୍ୟରେ ରୋଷେଇ କରି ଖାଇବାକୁ ହୋଇଥାଏ । ନହେଲେ ଏହା ନଷ୍ଟ ହୋଇଯାଇଥାଏ । ଏହା ଛତିଶଗଡର ବଳରାମପୁର, ସୁରଜପୁର, ସରଗୁଜା ସମେତ ଉଦୟପୁର ସ୍ଥିତ କରୋବା ଜଙ୍ଗଲେ ବର୍ଷା ଦିନରେ ମିଳିଥାଏ । ଏହା ଧଳା ଛତୁର ଏକ ପ୍ରଜାତି ଅଟେ । ଏହା ଶରୀରର ଇମ୍ୟୁନିଟିର ମାତ୍ରା ମଧ୍ୟ ବଢାଇଥାଏ ।
ଶ୍ରାବଣ ମାସରେ ଝାରଖଣ୍ଡର ବହୁ ଲୋକେ ମଟନ୍ ଓ ଚିକେନ୍ ଖାଇବା ବନ୍ଦ କରିଦେଇଥାନ୍ତି । ଏହି ସମୟରେସେଠାରେ ଏହି ଖାଦ୍ୟ ପଦାର୍ଥର ବିକ୍ରି ବହୁମାତ୍ରାରେ ହୋଇଥାଏ । ଏହା କେବଳ ଖାଇବାକୁ ସୁଆଦିଆ ନୁହେଁ, ଏହା ଦ୍ବାରା ଔଷଧ ମଧ୍ୟ ପ୍ରସ୍ତୁତ ହୋଇଥାଏ ।