ଶୀତଦିନେ କେଶର କେମିତି ନେବେ ଯତ୍ନ ଆସନ୍ତୁ ଜାଣିବା
ଶୀତଦିନେ କେଶର କେମିତି ନେବେ ଯତ୍ନ ଆସନ୍ତୁ ଜାଣିବା
admin
Dec 17, 2019 - 07:03
Updated: Dec 17, 2019 - 07:03
ପ୍ରତି ୧୦ ଜଣରେ ୬ ଜଣ ମହିଳାଙ୍କର ଶୀତଋତୁରେ କେଶ ସମସ୍ୟା ବଢ଼ୁଥିବାର ଅଭିଯୋଗ ମିଳେ । ଶୀତଦିନେ ଥଣ୍ଡା ପରିବେଶ କାରଣରୁ ଆମ କେଶ ପ୍ରାକୃତିକ ଉପାୟରେ ସୁରକ୍ଷିତ ହୋଇପାରିନଥାଏ । ଏଣୁ କେଶ ଝଡ଼ା, କେଶ ରୂପି ଇତ୍ୟାଦି ସମସ୍ୟା ଉପୁଜିଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ କେତୋଟି ସରଳ ଉପାୟ ଅବଲମ୍ବନ କରିବା ଉଚିତ ।
ଶୀତର ପ୍ରକୋପ କାରଣରୁ ଆପଣ ଗରମ ପାଣିରେ ସ୍ନାନ କରିପାରନ୍ତି । କିନ୍ତୁ ଗରମ ପାଣିରେ କେଶ ଧୋଇଲେ କେଶ ଝଡ଼ିବାର ସମସ୍ୟା ବଢ଼ିଯାଏ । ଗରମ ପାଣିରେ ଧୋଇଲେ କେଶ ମୂଳ ଦୁର୍ବଳ ହେବା ସହ ରୁପି ମଧ୍ୟ ହୁଏ । ଅତ୍ୟଧିକ ଥଣ୍ଡା ପରିବେଶରେ ଆପଣ ନଖ ଉଷୁମ ପାଣିରେ କେଶ ଧୋଇପାରନ୍ତି, କିନ୍ତୁ ଥଣ୍ଡା ପାଣି କେଶ ପାଇଁ ଭଲ ।
ଅନ୍ୟପାଖେ କେତେଜଣ କେଶକୁ ଦୁଇଥର ସାମ୍ପୁ କରିଥାନ୍ତି । ଏପରି କଲେ କେଶ ଭଲ ଭାବେ ପରିଷ୍କାର ହୋଇଥିବାର ମତ ମିଳେ । ବରଂ ଏଇ ଉପାୟରେ କେଶମୂଳରୁ ବାହାରୁଥିବା ପ୍ରାକୃତିକ ତେଲ ହ୍ରାସ ପାଇଥାଏ । ଯାହାର ଫଳ ସ୍ୱରୂପ କେଶ ଶୁଷ୍କ ହୋଇ ଝଡ଼ିବା ସମସ୍ୟା ଉପୁଜିଥାଏ ।
କଣ୍ଡିସନରକୁ କେବେହେଲେ କେଶ ମୂଳରେ ଲଗାନ୍ତୁ ନାହିଁ । ଏହା କାରଣରୁ ମଧ୍ୟ କେଶ ଝଡ଼ା ବଢ଼ିଥାଏ । ଆପଣ ବଜାରରେ ମିଳୁଥିବା କଣ୍ଡିସନର ପରିବର୍ତ୍ତେ ଘରୋଇ ଉପାୟରେ ଦହି କିମ୍ବା ଅଣ୍ଡାକୁ କଣ୍ଡିସନର ଭାବେ ବ୍ୟବହାର କରିବା ଉଚିତ ।
ହେୟାର ଡ୍ରାଏରରେ କେଶ ଶୁଖାଇଲେ ତାହା କେଶର ଚମକକୁ ପ୍ରଭାବିତ କରିବା ସହ କେଶ ଝଡ଼ା ବଢ଼ାଇଥାଏ । ମୁଣ୍ଡରେ ତଉଲିଆ ବାନ୍ଧି କିମ୍ବା ଖରାରେ କିଛି ସମୟ ବୁଲି ଆପଣ କେଶ ଶୁଖାନ୍ତୁ ।