ପ୍ରଦୂଷଣ କମ୍ କରିବ ‘ସିଟି ଟ୍ରୀ’

ପ୍ରଦୂଷଣ କମ୍ କରିବ ‘ସିଟି ଟ୍ରୀ’

ପ୍ରଦୂଷଣ କମ୍ କରିବ ‘ସିଟି ଟ୍ରୀ’
ଗବେଷକଙ୍କ ଚେଷ୍ଟାରେ ଏବେ ସ୍ମଗ୍ ଟାୱାର ପ୍ରଦୂଷଣର ସ୍ତରକୁ କମ୍ କରୁଛି । ବିଶ୍ୱର କେତୋଟି ରାଷ୍ଟ୍ରରେ ଏବେ ଏହା କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନ ଲଣ୍ଡନ, ବର୍ଲିନରେ ପ୍ରଦୂଷଣକୁ କମ୍ କରିବରା ନିମନ୍ତେ ‘ସିଟି ଟି୍ର’ ଲଗାଯାଇଛି । ଏହି ଟି୍ରର ବିଶେଷତ୍ୱ ହେଉଛି କମ୍ ଖର୍ଚ୍ଚରେ ତାହା କାର୍ଯ୍ୟକାରୀ ହୋଇପାରୁଛି । ଗବେଷକଙ୍କ ତଥ୍ୟ ଅନୁସାରେ, ଗୋଟିଏ ସିଟି ଟି୍ରରେ ଅତିକମ୍ରେ ୨୭୫ଟି ଗଛର କ୍ଷମତା ରହିଛି । ସହରର ଲୋକାରଣ୍ୟ ସ୍ଥାନରେ ଏହି ଟି୍ରକୁ ରଖାଯାଇପାରିବ । ସିଟି ଟି୍ର ଅଙ୍ଗାରକାମ୍ଲ ନାଇଟ୍ରୋଜେନ୍ ଅକ୍ସାଇଡ ପରି ବିଷାକ୍ତ ଗ୍ୟାସକୁ ଅବଶୋଷ କରିବା ସହ ଅମ୍ଳଜାନ ଉପôାଦନ କରିଥାଏ । ବିଶ୍ୱର ୨୦ଟି ରାଷ୍ଟ୍ରରେ ଏଇ ସିଟି ଟି୍ର ସଫଳତାର ସହ କାମ କରୁଥିବାର ତଥ୍ୟ ମିଳିଛି । ପ୍ରତିଦିନ ଏହି ସିଟି ଟି୍ର ୨୫୦ ଗ୍ରାମ ପ୍ରଦୂଷିତ କଣିକାକୁ ଶୋଷିଥାଏ । ଅନ୍ୟ ଏକ ଉପଯୋଗିତା ହେଲା ଏଥିରେ ଲାଗିଥିବା ସୋଲାର ସିଷ୍ଟମ ସହାୟତାରେ ବର୍ଷା ପାଣିକୁ ମଧ୍ୟ ସଂରକ୍ଷିତ କରାଯାଇପାରିବ । ୩.୫ ବର୍ଗମିଟର ଅଞ୍ଚଳରେ ଏହା ରହୁଥିବା ବେଳେ ୫୦ ମିଟର ଦୂରତା ପର୍ଯ୍ୟନ୍ତ ପରିବେଶକୁ ସିଟି ଟି୍ର ନିର୍ମଳ ରଖିବାକୁ ଚେଷ୍ଟା କରିଥାଏ । ୪ ମିଟର ଲମ୍ବା ୩ ମିଟର ଚଉଡ଼ାର ଗୋଟିଏ ସିଟି ଟି୍ର ନିର୍ମାଣରେ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାର ପ୍ରକାଶ ।