ମାର୍କେଟକୁ ଆସିଗଲା ଫୋଲ୍ଡିଂ ସ୍କୁଟର

ମାର୍କେଟକୁ ଆସିଗଲା ଫୋଲ୍ଡିଂ ସ୍କୁଟର

ମାର୍କେଟକୁ ଆସିଗଲା  ଫୋଲ୍ଡିଂ ସ୍କୁଟର
ଗାଡ଼ି ପାର୍କିଂ କରିବା ଏବେ ବଡ଼ବଡ଼ ମହାନଗରୀର ମୁଖ୍ୟ ସମସ୍ୟା ହୋଇଛି । ମଲ ସିନେମା ହଲରେ ବର୍ତ୍ତମାନ ଲେଭଲ ପାର୍କିଂ କରାଯାଉଥିବା ବେଳେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଗାଡ଼ି ପାର୍କିଂ ନିମନ୍ତେ ମୋଟା ଅଙ୍କର ପାଉଣା ମଧ୍ୟ ଦେବାକୁ ପଡେ଼ । ଗାଡ଼ି ପାର୍କିଂ ସମସ୍ୟାରୁ ମୁକୁଳିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସଛି ‘ଫୋଲ୍ଡିଂ ସ୍କୁଟର’ ଏଇ ଫୋଲ୍ଡିଂ ଗାଡ଼ିକୁ ଆପଣ ହାତରେ ଧରି ମଲ୍ ଭିତରକୁ ଯାଇପାରିବେ ନଚେତ କାର୍ଯ୍ୟାଳୟ ଭିତରେ ମଧ୍ୟ ସହଜରେ ରଖିପାରିବେ । ଜର୍ମାନୀର ନାମୀ କମ୍ପାନୀ ଉମୋ ଏହି ସୁନ୍ଦର ଗାଡ଼ିକୁ ତିଆରି କରିଥିବା ବେଳେ ଇଞ୍ଜିନିୟରଙ୍କ ମତରେ ଆପଣ ଏହାକୁ ନିଜ ଡ୍ର କିମ୍ବା ଟେବୁଲ ପାଖରେ ଆରାମରେ ରଖିପାରିବେ । ଫୋଲ୍ଡିଂ ସ୍କୁଟରର ଓଜନ ୬.୫ କିଲୋ । ଘଣ୍ଟା ପ୍ରତି ଏହା ୧୫ କିମି ବେଗରେ ଗତି କରେ । ବ୍ୟାଟେରି ଚାଳିତ ଫୋଲ୍ଡିଂ ସ୍କୁଟରକୁ ଥରେ ଚାର୍ଜ କଲେ ଆପଣ ୨୦ କିମି ସହଜରେ ଯାତ୍ରା କରିପାରିବ ବୋଲି କମ୍ପାନୀ ମୁଖ୍ୟ ପ୍ରକାଶ କରିଛନ୍ତି । ଏହି ଫୋଲ୍ଡିଂ ସ୍କୁଟରର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।