ଶୀତରେ ହାତର ସୌନ୍ଦର୍ଯ୍ୟ

ଶୀତରେ ହାତର ସୌନ୍ଦର୍ଯ୍ୟ

ଶୀତରେ ହାତର ସୌନ୍ଦର୍ଯ୍ୟ
ଶୀତଦିନିଆ ପରିବେଶରେ ଆମ ମୁହଁର ତ୍ୱଚା ସହ ହାତ ଓ ପାଦର ଚର୍ମ ମଧ୍ୟ ପ୍ରଭାବିତ ହୋଇଥାଏ । ଠିକ୍ ଭାବେ ଯତ୍ନ ନ ନେଲେ ତ୍ୱଚାରେ ଭାଙ୍ଗ ପଡ଼ିବା ସହ ମସୃଣତା ମଧ୍ୟ ତ୍ୱଚା ହରାଏ । ଏଣୁ ଘରୋଇ ଉପାୟରେ ହାତର ଯତ୍ନ ନେବା ଉଚିତ । ହାତର ସୌନ୍ଦର୍ଯ୍ୟ ନିମନ୍ତେ ଏକ ଛୋଟ ପାତ୍ରରେ ୨ ଚାମଚ ଲେମ୍ବୁ ରସ, ୧ ଚାମଚ ମହୁ, ଅଧ ଚାମଚ ବେକିଂ ସୋଡ଼ା, ଏସବୁକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ହାତକୁ ଭଲ ଭାବେ ଓଦା କପଡ଼ାରେ ପୋଛି ମିଶ୍ରଣକୁ ଦୁଇ ହାତରେ ଭଲ ଭାବେ ଲଗାଇ ନେବେ । ୧୫-୨୦ ମିନିଟ ରେ ମିଶ୍ରଣ ଶୁଖିଯିବା ପରେ ହାତକୁ ମାଲିସ କରି ନଖ ଉଷୁମ ପାଣିରେ ହାତକୁ ଧୋଇ ନିଅନ୍ତୁ । ହାତରେ ସାବୁନର ପ୍ରୟୋଗ ୨-୩ ଘଣ୍ଟା ପର୍ଯ୍ୟନ୍ତ ନକରିବା ଉଚିତ । ଏବେ ହାତରେ ମଏଶ୍ଚରାଇଜର ଲଗାଇଦେବେ । ସପ୍ତାହକୁ ଅନ୍ତତଃ ଥରୁଟିଏ ଏଇ ଉପାୟ କରିବା ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ନାନ ପୂର୍ବରୁ ସୋରିଷ ତେଲକୁ ନଖ ଉଷୁମ କରି ହାତ ଓ ପାଦରେ ଲଗାଇ ୧୦ ମିନିଟ୍ ପରେ ସ୍ନାନ କରନ୍ତୁ । ସୋରିଷ ତେଲ ପ୍ରାକୃତିକ ମଏଶ୍ଚରାଇଜର ଭଳି ହାତ ପାଇଁ କାମ କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ । ୧ ଚାମଚ ଚିନିରେ ଅଧ ଚାମଚ ଅଲିଭ ତେଲ ମିଶାଇ ତାହାକୁ ହାତରେ ଭଲଭାବେ ମାଲିସ କରନ୍ତୁ । ୫ ମିନିଟ ଏପରି କଲେ ହାତରେ ଥିବା ମୃତକୋଷିକା ବାହାରିଯାଏ । ପରେ ନଖ ଉଷୁମ ପାଣିରେ ହାତ ଧୋଇ ମଏଶ୍ଚରାଇଜର ଲଗାଇବେ ।