ଚେଙ୍କ ଲାଗିଲେ ବା କଟିଗଲେ ଆପଣାନ୍ତୁ ଏହି ଘରୋଇ ଉପଚାର
ଚେଙ୍କ ଲାଗିଲେ ବା କଟିଗଲେ ଆପଣାନ୍ତୁ ଏହି ଘରୋଇ ଉପଚାର
admin
May 7, 2021 - 06:16
Updated: May 7, 2021 - 06:16
ବେଳେବେଳେ ଅସାବଧାନତା ହେତୁ ପରିବା କାଟିବା ସମୟରେ ହାତ କଟିଯାଇଥାଏ ଠିକ୍ ସେମିତି ବେଳେବେଳେ ରୋଷେଇ ଘରେ ରୋଷେଇ କରିବା ସମୟରେ ହାତରେ ଚେଙ୍କ ଲାଗିଯାଏ । ଯାହାକି ଆମକୁ କଷ୍ଟ ଦେଇଥାଏ । ଏପରି ହେଉଥିଲେ ଆପଣାନ୍ତୁ ଏହି ସବୁ ଉପାୟ ।
ଚେଙ୍କ ଲାଗିଲେ –
କୌଣସି କାମ କରିବା ସମୟରେ ଯଦି ଗରମ ଚେଙ୍କ ଲାଗିଯାଏ ତେବେ, ସଙ୍ଗେସଙ୍ଗେ ଚେଙ୍କ ଲାଗିଥିବା ସ୍ଥନକୁ ପାଣିରେ ବୁଡାଇ ରଖନ୍ତୁ । ଏପରି କରିବା ଦ୍ୱାରା ଜଳପୋଡାରୁ ମୁକ୍ତି ମିଳିବା ସହିତ କୌଣସି ଦାଗ ରହିବ ନାହିଁ ଏବଂ ଫଟୋକା ହେବନାହିଁ । ଏକ ସଫା କପଡାରେ ପୋଛି ସେହି ସ୍ଥାନରେ ନଡିଆ ତେଲ,ଦେଶୀ ଘିଅ ବା ଆଲୋଭେରା ଲଗାଇ ରଖନ୍ତୁ । କିନ୍ତୁ ମନେରଖିବେ ଚେଙ୍କ ଲାଗିଥିବା ସ୍ଥାନରେ କେବେ ବି ବରଫ ଲଗାଇବେ ନାହିଁ ।
ହାତ କଟିଗଲେ –
ପରିବା କାଟିବା ସମୟରେ ବା କୌଣସି କାମ କରିବା ସମୟରେ ଯଦି ହାତ କଟିଯାଏ ତେବେ, ହାତକୁ ପ୍ରଥମେ ଥଣ୍ଡା ପାଣିରେ ଧୁଅନ୍ତୁ । ତା ପରେ ଏକ ସଫା କପଡାରେ ହାତକୁ ପୋଛି କଟିଥିବା ସ୍ଥାନକୁ ଚାପି ଧରନ୍ତୁ । ଏଭଳି ଚାପି ଧରିବା ଫଳରେ ରକ୍ତ ବାହାରିବା ବନ୍ଦ ହୋଇଯିବ । ଏହାପରେ କଟିଥିବା ସ୍ଥାନରେ ଆଟିଂ କ୍ୟାକ୍ଟେରିଆ କ୍ରିମ୍ ବା କୌଣସି ଆଟିଂ ସେପ୍ଟିକ୍ କ୍ରିମ୍ ଲଗାଇ ଦିଅନ୍ତୁ । ନଚେତ୍ ପାଖରେ ବ୍ୟାଣ୍ଡେଡ୍ ଥିଲେ ସଙ୍ଗେସଙ୍ଗେ ଲଗାଇ ଦିଅନ୍ତୁ ।