ମୁ୍ୟକୋର୍ମାଇକୋସିସ ଆଣୁଛି ୫୦ ପ୍ରତିଶତ ମୃତୁ୍ୟ ଆଶଙ୍କା

ମୁ୍ୟକୋର୍ମାଇକୋସିସ ଆଣୁଛି ୫୦ ପ୍ରତିଶତ ମୃତୁ୍ୟ ଆଶଙ୍କା

ମୁ୍ୟକୋର୍ମାଇକୋସିସ ଆଣୁଛି ୫୦ ପ୍ରତିଶତ ମୃତୁ୍ୟ ଆଶଙ୍କା
ଅହମ୍ମଦାବାଦ: କିଛି ଦିନ ତଳେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ କିଛି କୋଭିଡ ରୋଗୀଙ୍କ ଠାରେ ଠାବ କରାଯାଇଥିବା ବିରଳ ପ୍ରକାରର କବକ ସଂକ୍ରମଣ ଏବେ ଗୁଜୁରାଟର ଅହମ୍ମଦାବାଦ ଓ ରାଜକୋଟ ସହରରେ ଦେଖିବାକୁ ମିଳୁଛି । ତେବେ ଚିନ୍ତାର ବିଷୟ ହେଉଛି ପୀଡ଼ିତମାନେ ବିଶେଷ କରି ନିଜର ଦୃଷ୍ଟିଶକ୍ତି ହରାଉଥିବା ଏକ ମୁ୍ୟକୋର୍ମାଇକୋସିସ ନାମକ ସ୍ୱତନ୍ତ୍ର ଧରଣର ସଂକ୍ରମଣ ୫୦ ପ୍ରତିଶତ ମୃତ୍ୟ ଆଶଙ୍କା ମଧ୍ୟ ଆଣୁଛି ବୋଲି ଗୁଜରାଟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଉପନିଦେ୍ର୍ଧଶକ ଡା.ଦିନାକର ରାୱଲ ସୋମବାର ସତର୍କତା ଜାରି କରିଛନ୍ତି । ସମ୍ପୃକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ଏଥିପ୍ରତି ସଜାଗ ରହିବା ପାଇଁ ସେ ଚେତାବନୀ ଦେଇଛନ୍ତି । ଜନସାଧାରଣ ସଂକ୍ରମଣ ଆଶଙ୍କାକୁ ହଟାଇ ଦେବା ଲାଗି ମାତ୍ରାଧିକ ଧୂଳିଯୁକ୍ତ ପରିବେଶ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବା ସହ ଲମ୍ବା ପୋଷାକ ଓ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶଦେଇଛନ୍ତି । ଏପରିକି ଏ ପ୍ରକାର ସଂକ୍ରମଣ ରୋଗୀଙ୍କ ଠାରେ ୧୫ ଦିନ ଯାଏ ବଳବତ୍ତର ରହିଲେ ଏହା ମସ୍କିଷ୍କକୁ ପ୍ରଭାବିତ କରି ରୋଗୀର ମୃତୁ୍ୟ ଆଶଙ୍କାକୁ ୫୦ ପ୍ରତିଶତ ବଢ଼ାଇ ଦେବ ବୋଲି କୁହାଯାଉଛି ।