ଉତର ଓଡିଶା ବିଶ୍ୱବିଦ୍ୟାଳୟ ନାଁ ବଦଳିଲା

ଉତର ଓଡିଶା ବିଶ୍ୱବିଦ୍ୟାଳୟ ନାଁ ବଦଳିଲା

 ଉତର ଓଡିଶା ବିଶ୍ୱବିଦ୍ୟାଳୟ ନାଁ ବଦଳିଲା
ଭୁବନେଶ୍ୱର:ବଦଳିଲା ଉତର ଓଡିଶା ବିଶ୍ୱବିଦ୍ୟାଳୟର ନାଁ । ବାରିପଦାରେ ଅବସ୍ଥିତ ଉତର ଓଡିଶା ବିଶ୍ୱବିଦ୍ୟାଳୟକୁ ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ନାମରେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାସହିତ ବିଶ୍ୱବିଦ୍ୟାଳୟ ଲାଇବ୍ରେରିର ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାର ବିକାଶରେ ମୟୂରଭଞ୍ଜ ମହାରାଜାଙ୍କର ବିଶେଷ ଅବଦାନ ରହିଛି ଏବଂ ଚଳିତବର୍ଷ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଥିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।