ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ଆହତ

ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ଆହତ

ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ଆହତ
ବ୍ରହ୍ମପୁର: ଗଞ୍ଜାମରେ ପୁଣି ଏନକାଉଣ୍ଟର । ପୁଲିସ ଗୁଳିର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ। ଭୋର ପ୍ରାୟ ୪ ଟା ସମୟରେ କୃଷ୍ଣ ପ୍ରସାଦ ପାଲୁର ରୋଡରେ ପ୍ରମୋଦକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିବା ବେଳେ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ସେହି ସମୟରେ ପ୍ରମୋଦ ପୁଲିସ ଉପରକୁ ଗୁଳି ଚଳାଇଥିଲା । କିଛି ସମୟ ଧରି ପୁଲିସ ଓ ପ୍ରମୋଦ ବାରିକ ମଧ୍ୟରେ ଗୁଳି ବିନିମୟ ଚାଲିବା ପରେ ପୁଲିସର ପାଲଟା ଗୁଳି ମାଡ଼ରେ ଆହତ ହୋଇଥିଲା ପ୍ରମୋଦ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପ୍ରମୋଦକୁ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଏବଂ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି। ଏଥିରେ ଦୁଇଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।