ଆନନ୍ଦବଜାରରେ ମହାପ୍ରସାଦ ସେବନ ମନା

ଆନନ୍ଦବଜାରରେ ମହାପ୍ରସାଦ ସେବନ ମନା

ଆନନ୍ଦବଜାରରେ ମହାପ୍ରସାଦ ସେବନ ମନା
ଭୁବନେଶ୍ୱର:ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ଶ୍ରୀନ୍ଦିର ପ୍ରଶାସନ ପୂର୍ବରୁ ଘୋଷଣା ନିୟମ ସହ ଆଉ କିଛି ନିୟମ ଯୋଡିଛି । ମନ୍ଦିର ଭିତରେ ଏବଂ ବାହାରେ ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ଅଟେ । ଶ୍ରୀନ୍ଦିର ଭିତରରେ ଥିବା କୌଣସି ପ୍ରତିମାକୁ ଶ୍ରଦ୍ଧାଳୁ ଛୁଇଁପାରିବେନି । ଭିତରକୁ ଭୋଗ, ଫୁଲ, ଦୀପ ନେବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ମନ୍ଦିର ପରିସରରେ ଦୀପ ଜାଳିବା ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଶ୍ରୀମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବା ମନା କରାଯାଇଛି । ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି ଆସିବେ । ଟୋକନ ସହ ଆଧାର କାର୍ଡ ବା ଭୋଟର କାର୍ଡ ସାଥିରେ ଧରି ଆସିବା ଅତ୍ୟନ୍ତ ଜରୁରୀ ଅଟେ । ୯୬ ଘଂଟା ପୂର୍ବରୁ ହୋଇଥିବା କରୋନା ଟେଷ୍ଟ ନେଗେଟିଭ ରିପୋର୍ଟ ଦରକାର ।