ନୂଆଖାଇ ପାଇଁ ସରକାରଙ୍କ ଆଗୁଆ ଉପହାର !

ନୂଆଖାଇ ପାଇଁ ସରକାରଙ୍କ ଆଗୁଆ ଉପହାର !

ନୂଆଖାଇ ପାଇଁ ସରକାରଙ୍କ ଆଗୁଆ ଉପହାର !
ଭୁବନେଶ୍ବର : ପାଖେଇ ଆସିଲାଣି ପଶ୍ଚିମ ଓଡିଶାର ବଡପର୍ବ ନୂଆଖାଇ। ସେପ୍ଟେମ୍ବର ୩ ତାରିଖ ଦିନ ଧୁମଧାମରେ ପାଳନ ହେବ ନୂଆଖାଇ ପର୍ବ। ଏଥର ନୂଆଖାଇ ପାଇଁ ରାଜ୍ୟ ସରକାର ଅଗଷ୍ଟ ମାସର ଦରମା ଆଗୁଆ ଦେବାର ବ୍ୟବସ୍ଥା କରିଛନ୍ତି। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ ୧ ଓ ୨ ତାରିଖରେ ରବିବାର ଓ ଗଣେଶ ପୂଜା ପଡ଼ୁଥିବାରୁ ବ୍ୟାଙ୍କ ଛୁଟି ରହିବ। ସେଥି ପାଇଁ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଦରମା ଓ ପେନସନ୍ ୩୧ ତାରିଖରେ ହିଁ ମିଳିଯିବ। ଏ ନେଇ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ପକ୍ଷରୁ ଅବଗତ କରାଇ ଦିଆଯାଇଛି।