୨ ମୃତ ଯବାନଙ୍କ ପରିବାରକୁ ମିଳିବ ୫ ଲକ୍ଷ ଲେଖାଏଁ ସହାୟତା

୨ ମୃତ ଯବାନଙ୍କ ପରିବାରକୁ ମିଳିବ ୫ ଲକ୍ଷ ଲେଖାଏଁ ସହାୟତା

୨ ମୃତ ଯବାନଙ୍କ ପରିବାରକୁ ମିଳିବ ୫ ଲକ୍ଷ ଲେଖାଏଁ ସହାୟତା
ଭୁବନେଶ୍ୱର : ଦୁର୍ଘଟଣାରେ ମୃତୁ୍ୟ ବରଣ କରିଥିବା ୨ ଯବାନଙ୍କ ଆତ୍ମୀୟ ସ୍ୱଜନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ସେହିପରି ପରିବାରର ଜଣଙ୍କୁ ନିଯୁକ୍ତି ମଧ୍ୟ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି । ଏକ ଦୁଃଖଦପୂର୍ଣ୍ଣ ଘଟଣାକ୍ରମେ ଦୁର୍ଘଟଣାରେ ୨ ଯବାନଙ୍କର ମୃତୁ୍ୟ ହୋଇଥିଲା । ମିଳିଥିବା ସୂଚନାନୁଯାୟୀ, ଏନଏଚ୪୯ ବେଲପାହାଡ଼ ସ୍ଥିତ ଏକ ପେଟ୍ରୋଲ ପମ୍ପ ପାଖରେ ଟ୍ରକ ସହ ପୁଲିସ ଭ୍ୟାନର ଦୁର୍ଘଟଣା ହୋଇଥିଲା । ଫଳରେ ୨ ଯବାନଙ୍କର ମୃତୁ୍ୟ ହୋଇଥିବାବେଳେ ୨୯ ଜଣ ଆହତ ହୋଇଛନ୍ତି । ମୃତ ଯବାନ ପୁରୀର ପ୍ରଶାନ୍ତ ବେହେରା ଓ ଶଙ୍କର ପ୍ରସାଦ ପନ୍ଥ ବୋଲି ଜାଣିବାକୁ ମିଳିଛି । ଆହତମାନଙ୍କୁ ବ୍ରଜରାଜନଗର ଓ ବେଲପାହାଡ଼ ମେଡ଼ିକାଲରେ ଭର୍ତି କରାଯାଇଛି । ସମସ୍ତ ଯବାନ ଝାରସୁଗୁଡ଼ା ଓଏସଏପି ସେକେଣ୍ଡ ବାଟାଲିୟନର ହୋଇଥିବାବେଳେ ବନହରପାଲିରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ସେମାନେ ଯାଉଥିଲେ ।