ଭାରତ ମାଟିରେ ଅଭିନନ୍ଦନଙ୍କୁ ଅଭିନନ୍ଦନ
ଭାରତ ମାଟିରେ ଅଭିନନ୍ଦନଙ୍କୁ ଅଭିନନ୍ଦନ
admin
Mar 1, 2019 - 15:52
Updated: Mar 1, 2019 - 15:52
ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ । ଭାରତରେ ଅଭିନନ୍ଦନ । ଭାରତ ସରକାରଙ୍କ କଠୋର ଅଭିମୁଖ୍ୟ ପାକିସ୍ତାନକୁ ଶେଷରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଛି । ଚାପରେ ଚେପା ହୋଇଛି ପାକିସ୍ତାନ । ଶେଷରେ ନିଜ କବଜାରେ ରଖିଥିବା ଭାରତୀୟ ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧନଙ୍କୁ ଛାଡ଼ିଛି ପାକିସ୍ତାନ । ଫଳରେ ୨ ଦିନ ପରେ ସ୍ୱଦେଶ ଫେରିବା ସହ ଭାରତ ମାଟିରେ ପାଦ ଦେଇଛନ୍ତି ଅଭିନନ୍ଦନ । ପୂର୍ବ ଘୋଷଣା ଅନୁଯାୟୀ ପାକିସ୍ତାନ ଶୁକ୍ରବାର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଛି । ଆଉ ୱାଘା ସୀମାରେ ଉପସ୍ଥିତ ଜନସାଧାରଣ ଅଭିନନ୍ଦନଙ୍କୁ ଜଣାଇଛନ୍ତି ଅଭିନନ୍ଦନ ।
ପ୍ରକାଶ ଯେ, କାନ୍ଧାହାର ବିମାନ ଅପହରଣ ଜରିଆରେ ଭାରତ ସରକାରଙ୍କୁ ସେତେବେଳେ ବ୍ଲାକମେଲ କରି କୁଖ୍ୟାତ ଜୈସ ଆତଙ୍କବାଦୀ ମାସୁଦ ଆଝାରକୁ ମୁକୁଳାଇ ନେଇଥିବା ପାକିସ୍ତାନ ଅନୁରୂପ ଯୋଜନା କରିଥିଲା ଅଭିନନ୍ଦନଙ୍କ କ୍ଷେତ୍ରରେ । ଏନେଇ ଭାରତ ଉପରେ ବୁଧବାର ଠାରୁ ଭାବନାତ୍ମକ ଚାପ ବଢାଇଥିଲା ପାକିସ୍ତାନ । ମାତ୍ର ଭାରତର କୋଠରତା ଶେଷରେ ସଫଳ ହୋଇଛି ।
କୌଣସି ପ୍ରକାର ଆଲୋଚନାକୁ ଭାରତ ସିଧାସିଧା ଅଗ୍ରାହ୍ୟ କରିବା, ବିଶ୍ୱ ସମୁଦାୟର ଚାପ ଓ ଜେନେଭା ସନ୍ଧିରେ ଉଲ୍ଲିଖିତ ସର୍ତ୍ତାବଳୀ ପାକିସ୍ତାନକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ଦୀର୍ଘ ସମୟର ବିଚାରବିମର୍ଷ ପରେ ଗିରଫ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଭାରତକୁ ଫେରାଇବାକୁ ଗତକାଲି ପାକିସ୍ତାନ ରାଜି ହୋଇଥିଲା । ଏପରିକି ଅଭିନନ୍ଦନଙ୍କୁ ଭାରତକୁ ଫେରାଇବା ସଂକ୍ରାନ୍ତରେ ଗତକାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କ ସଂସଦରେ ଘୋଷଣା କରିଥିଲେ । ତଦନୁଯାୟୀ ଆଜି ଅଭିନନ୍ଦନଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଛି । ଏହି ଅବସରରେ ୱାଘା ସୀମାରେ ଉପସ୍ଥିତ ଭାରତୀୟ ବାୟୁସେନାର ଏକ ପ୍ରତିନିଧି ଦଳ ଅଭିନନ୍ଦନଙ୍କୁ ସ୍ୱାଗତ କରିଥିଲେ । ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ଅଭିନନ୍ଦନଙ୍କ ବାପା ଓ ମା ମଧ୍ୟ ଉପସ୍ଥିତ ଥିଲେ ।
ପ୍ରକାଶ ଯେ, ପାକିସ୍ତାନ ଯୁଦ୍ଧ ବିମାନ ଭାରତୀୟ ଅଞ୍ଚଳରେ ଆକ୍ରମଣ ପାଇଁ ଉଦ୍ୟମ କରିବା ବେଳେ ଅଭିନନ୍ଦନ ଏକ ମିଗ-୨୧ ଜେଟରେ ଏହାର ମୁକାବିଲା କରିଥିଲେ । ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନକୁ ଗୁଳି କରି ସେ ଖସାଇ ଦେଇଥିଲେ । ଅଭିନନ୍ଦନଙ୍କ ବିମାନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା ଏବଂ ତାଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରି