ବିଜେପିରେ ମିଶିପାରନ୍ତି ସନ୍ନି ଦେଓଲ

ବିଜେପିରେ ମିଶିପାରନ୍ତି ସନ୍ନି ଦେଓଲ

ବିଜେପିରେ ମିଶିପାରନ୍ତି ସନ୍ନି ଦେଓଲ
ନୂଆଦିଲ୍ଲୀ : ମା ହେମା ମାଳିନି ଏବଂ ପିତା ଧମେନ୍ଦ୍ରଙ୍କ ପରେ ପୁଅ ସନ୍ନି ଦେଓଲ ଏବେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଦେଓଲ ପୁନେରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବା ଏବଂ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା । ପଞ୍ଜାବର ଅମୃତସରରୁ ବିଜେପି ତାଙ୍କୁ ପ୍ରାର୍ଥୀ କରାଇପାରେ ବୋଲି ଚର୍ଚ୍ଚା ହେଉଛି ।ପଞ୍ଜାବରେ ଶିରୋମଣି ଅକାଳି ଦଳ ସହିତ ମେଣ୍ଟକ୍ରମେ ବିଜେପି ମୋଟ ୧୩ ଆସନରୁ ଅମୃତସର, ହୋସିଆରପୁର ଓ ଗୁରୁଦାସପୁର ଭଳି ୩ଟିରେ ପ୍ରତିଦ୍ବନ୍ଦ୍ବିତା କରୁଛି। ମଇ ୧୯ରେ ପଞ୍ଜାବରେ ନିର୍ବାଚନ ହେଉଛି ।