ପୁଣି ଆସିବେ ଶାହ, ରାଜନାଥ ଓ ଗଡ଼କରୀ

ପୁଣି ଆସିବେ ଶାହ, ରାଜନାଥ ଓ ଗଡ଼କରୀ

ପୁଣି ଆସିବେ ଶାହ, ରାଜନାଥ ଓ ଗଡ଼କରୀ
ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ଓଡ଼ିଶା ଆସିବେ। ସେ ଯାଜପୁର ଓ ମୟୂରଭଞ୍ଜରେ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ୨୫ ତାରିଖରେ ରାଜନାଥ ସିଂହ ଆସିବେ।୨୭ ତାରିଖରେ ଶ୍ରୀ ଶାହ ମୟୂରଭଞ୍ଜର ମୋରଡ଼ାରେ ଓ ଯାଜପୁରର ସୁକିନ୍ଦାରେ ନିର୍ବାଚନୀ ସଭାରେ ଯୋଗ ଦେବେ।