ଜୟପୁରରୁ ମୋଦୀଙ୍କ ନିର୍ବାଚନୀ ରଣହୁଙ୍କାର

ଜୟପୁରରୁ ମୋଦୀଙ୍କ ନିର୍ବାଚନୀ ରଣହୁଙ୍କାର

ଜୟପୁରରୁ ମୋଦୀଙ୍କ ନିର୍ବାଚନୀ ରଣହୁଙ୍କାର
ଭୁବନେଶ୍ବର: କୋରାପୁଟ ଜିଲା ଜୟପୁରରେ ଶୁକ୍ରବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଙ୍କବିଜା ପଡ଼ିଆରେ ଜନତାଙ୍କୁ ସମ୍ବୋଧନ କରି ଓଡ଼ିଶାରେ ପ୍ରଚାର ଆରମ୍ଭ କରିଛନ୍ତି ମୋଦୀ । ‘ଆପଣ କେମିତି ଅଛନ୍ତି’ ସମ୍ବୋଧନ କରି ମୋଦୀ ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି। ଏଥିସହ କୋରାପୁଟବାସୀଙ୍କୁ ଚଇତି ପର୍ବ ଓ ପଦ୍ମ ପୁରସ୍କାର ବିଜେତା କମଳା ପୂଜାରୀଙ୍କୁ ଶୁଭେଚ୍ଛା ଜଣାଇ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ୨୦୧୪ରେ ସେ କହିଥିଲେ ସାଧୁତା ଓ ନିଷ୍ଠାର ସହ ସେବା କରିବେ । ଏହି ପାଂଚ ବର୍ଷ ଧରି ସେ ସେଭଳି କାର୍ଯ୍ୟ କରିଛନ୍ତି । ବିରୋଧୀଙ୍କ ଅନେକ ବିରୋଧ ସତ୍ୱେ ଲୋକମାନେ ସମସ୍ତେ ମିଶି ମୋତେ ସୁରକ୍ଷା ଦେଇଛନ୍ତି । ସେଥିପାଇଁ ଲୋକମାନଙ୍କ ନିକଟରେ ସେ କୃତଜ୍ଞ । ଓଡ଼ିଶାର ଲୋକମାନେ ଯଦି ୫ ବର୍ଷ ଧରି ଆଶୀର୍ବାଦ ଓ ସମର୍ଥନ ଦେଇନଥା’ନ୍ତେ ତାହେଲେ ବିକାଶ କାର୍ଯ୍ୟ ମୁଁ କରିପାରିନଥା’ନ୍ତି । ଓଡ଼ିଶାର ୮ ଲକ୍ଷ ଗରିବ ଲୋକଙ୍କୁ ପକ୍କା ଘର ଦିଆଯାଇଛି । ଉଜ୍ଜ୍ୱଳା ଯୋଜନାରେ ୪୦ ଲକ୍ଷ ଘରକୁ ଗ୍ୟାସ ଚୁଲା ଦିଆଯାଇଛି । ୩ ହଜାର ଗାଁରେ ବିଜୁଳି ପହଁଚା ଯାଇପାରିଛି । ୨୪ ଲକ୍ଷ ଘରକୁ ବିଜୁଳି ମାଗଣାରେ ଦିଆଯାଇଛି । ଏସବୁ ସଫଳତା ପଛରେ ଆପଣମାନଙ୍କ ପ୍ରେରଣା, ସହଯୋଗ ଓ ସମର୍ଥନ ରହିଛି । ମୋ ସରକାରର ୫ ବର୍ଷର ସଫଳତାର ହକଦାର ହେଉଛନ୍ତି ମତଦାତା । ଚାଷୀଙ୍କୁ ଜଳସେଚନ, ପିଲାଙ୍କ ଶିକ୍ଷା, ଯୁବକଙ୍କ ରୋଜଗାର, ବୃଦ୍ଧବୃଦ୍ଧାଙ୍କୁ ଔଷଧ ଆଦି ପ୍ରଦାନ ଉପରେ ସେ କାମ କରିଆସିଛନ୍ତି । ଜୟପୁରର ବାଙ୍କବିଜା ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦି କୋରାପୁଟ ଓ ନବରଙ୍ଗପୁର ଲୋକସଭା ସମେତ ୧୪ଟି ବିଧାନସଭା ଆସନର ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଜି ମୋଦି ତେଲେଙ୍ଗାନା ମଧ୍ୟ ଗସ୍ତ କରିବେ। ସେଠାରେ ସେ ନିଜର ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି।