ଲାଡେନର ପୁଅ ସମ୍ପର୍କରେ ସୂଚନା ଦେଲେ ୭୦ କୋଟି ପୁରସ୍କାର
ଲାଡେନର ପୁଅ ସମ୍ପର୍କରେ ସୂଚନା ଦେଲେ ୭୦ କୋଟି ପୁରସ୍କାର
admin
Mar 1, 2019 - 15:55
Updated: Mar 1, 2019 - 15:55
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଏକ ବଡ଼ ଘୋଷଣା କରିଛି । ଆତଙ୍କବାଦୀ ସଂଗଠନ ଅଲ-କାଏଦାର ମୁଖ୍ୟ ଥିବା ଦିବଂଗତ ବିନ ଲାଡେନର ପୁଅ ହମଜା ବିନ ଲାଡେନର ଠିକଣା ସମ୍ପର୍କରେ ସୂଚନା ଦେଲେ ୭୦ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ଆମେରିକା ଘୋଷଣା କରିଛି । ଆମେରିକା ପକ୍ଷରୁ କୁହାଯାଇଛି ଯେ, ହମଜା ପିତୃ ହତ୍ୟାର ପ୍ରତିଶୋଧ ନେବା ଲାଗି ଭୟାନକ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର କରୁଛି । ଏହି କାରଣରୁ ହମଜା ସମ୍ପର୍କରେ ସୂଚନା ଦେବାକୁ ବ୍ୟକ୍ତିଙ୍କୁ ଆମେରିକା ୭୦ କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଛି ।
ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏମ ଇଭାନୋଫଙ୍କ ଅନୁଯାୟୀ ଆମେରିକା ସରକାର ଆତଙ୍କବାଦ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଠାରେ ପ୍ରକାଶ ଯେ, ହମଜା କିଛି ଦିନ ତଳେ ବିବାହ କରିଛି । ଏ ସମ୍ପର୍କରେ ଲାଡେନଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେମାନେ ପ୍ରତିଶୋଧ ନେବା ଯୋଜନାରେ ଥିବା ହମଜାର ଦୁଇ ଭାଇ କହିଥିଲେ ।