ଶ୍ରୀମନ୍ଦିରରେ ଲାଗୁ ହେଲା ପାନ, ଗୁଟ୍ଖା କଟକଣା : ପ୍ରଥମ ଦିନରେ ୪ ଜଣଙ୍କୁ ୪ ଶହ ଜରିମାନା

ଶ୍ରୀମନ୍ଦିରରେ ଲାଗୁ ହେଲା ପାନ, ଗୁଟ୍ଖା କଟକଣା : ପ୍ରଥମ ଦିନରେ ୪ ଜଣଙ୍କୁ ୪ ଶହ ଜରିମାନା

ଶ୍ରୀମନ୍ଦିରରେ ଲାଗୁ ହେଲା ପାନ, ଗୁଟ୍ଖା କଟକଣା : ପ୍ରଥମ ଦିନରେ ୪ ଜଣଙ୍କୁ ୪ ଶହ ଜରିମାନା
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ମୁତାବକ ଆଜିଠୁ ବଡ଼ ଦେଉଳରେ ପାନ, ଗୁଟଖା ଉପରେ ଲାଗିଛି କଟକଣା । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାରା ଓ ଅନ୍ୟ ତିନି ଦ୍ୱାରରେ ନୋଟିସ ଲଗାଯିବା ସହ ଭକ୍ତ, ସେବାୟତ ଓ କର୍ମଚାରୀଙ୍କୁ ସଚେତନ କରାଯାଇଛି । ତେବେ ଆଜି ପ୍ରଥମ ଦିନରେ କଟକଣା ଲାଗୁ କରାଯାଇଥିବାରୁ ଭକ୍ତ ଓ ସେବକଙ୍କୁ ନିୟମ ସମ୍ପର୍କରେ ଅବଗତ କରାଯାଇଛି । ପ୍ରଥମ ଦିନରେ କେବଳ ୪ ଜଣଙ୍କ ଠାରୁ ୪୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଯାଞ୍ଚ ବେଳେ କିଛି ଗୁଟ୍ଖା ମଧ୍ୟ ଜବତ କରାଯାଇଛି । ଏହି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଏବଂ ପାନ ଗୁଟଖା ଖାଇ ମନ୍ଦିରକୁ ଗଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ମନ୍ଦିରରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଦୁଇଦିନ ତଳେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ସେବକ, ଭକ୍ତ ଓ କର୍ମଚାରୀ ସମସ୍ତେ ଏହି କଟକଣା ପରିସରରେ ରହିବେ ବୋଲି ଜଣାପଡ଼ିଛି ।