ଆଜି କେନ୍ଦ୍ରାପଡା ବନ୍ଦ

ଆଜି କେନ୍ଦ୍ରାପଡା ବନ୍ଦ

ଆଜି କେନ୍ଦ୍ରାପଡା ବନ୍ଦ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଛି। ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏହାକୁ ପ୍ରତିବାଦ କରି ଜିଲା ବଣିକ ସଂଘ ପକ୍ଷରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ମାତ୍ର ଏବେ ପାଟକୁରାରେ ନିର୍ବାଚନ ପ୍ରଚାର ଚାଲୁଥିବାରୁ ସେଠାରେ ବନ୍ଦ ଡାକରାକୁ ବାଦ ଦିଆଯାଇଛି। ଆଜି ସେଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତର କାର୍ୟ୍ୟକ୍ରମ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେବଳ ଜରୁରୀକାଳୀନ କାର୍ୟ୍ୟକୁ ଛାଡ଼ି ଦେଲେ ଗାଡ଼ି ଚଳାଚଳ, ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାରକୁ ବନ୍ଦ ରଖାଯାଇଛି। ସଂଘର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଜୁଲାଇ ୧୩ ତାରିଖରେ ତିନିମୁହାଣି ଛକ ନିକଟସ୍ଥ ଗୁଲନଗରରେ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ କରାଯାଇଥିଲା। ଯଦ୍ବାରା ସେ ଗୁରୁତର ଭାବେ ଆହତ ହୋଇଥିଲେ। ଗୁଳିମାଡ କରିବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣା ପରଦିନ ମଧ୍ୟ କେନ୍ଦ୍ରାପଡ଼ାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।