ବିଧାନସଭାରେ ପାଟକୁରା ଝଡ

ବିଧାନସଭାରେ ପାଟକୁରା ଝଡ

ବିଧାନସଭାରେ ପାଟକୁରା ଝଡ
ଭୁବନେଶ୍ୱର: ବୁଧବାର ବିଧାନସଭାରେ ପାଟକୁରା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଗୃହରେ ୨୧ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ଓ ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୬୧ ଜଣ ଉପସ୍ଥିତ ଅଛନ୍ତି । ବାକି ବିଧାୟକ ଓ ମନ୍ତ୍ରୀ କୁଆଡେ଼ ଗଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ, ପାଟକୁରା ନିର୍ବାଚନ ଆଚରଣବିଧି ଥିବାରୁ ଅଫିସରଙ୍କ ସହ କଥା ମନା । ଅଫିସରଙ୍କ ସହ କଥା ହେଲେ ଏହା ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାକୁ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବାକୁ ଯାଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ଦଳ ଚାଲିଛି ବୋଲି ବିଜେଡି ନେତାମାନେ କହୁଛନ୍ତି । ହେଲେ ବିଜୁ ବାବୁ କେବେ ଉପନିର୍ବାଚନରେ ପ୍ରଚାର କରୁନଥିଲେ । ମାତ୍ର ନବୀନ ପଟ୍ଟନାୟକ ଉପନିର୍ବାଚନରେ ପ୍ରଚାର କରୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।