ଧାନ ଦର ବଢିଲା ୬୫

ଧାନ ଦର ବଢିଲା ୬୫

ଧାନ ଦର ବଢିଲା ୬୫
ନୂଆଦିଲ୍ଲୀ : ମୋଦି ସରକାର ୨.୦ରେ କୃଷକଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟରେ ଖରିଫ୍ ଏବଂ ଅନ୍ୟ ଫସଲର ସହାୟକ ମୂଲ୍ୟ ବଢାଇଲେ । ସାଧାରଣ ଧାନର କ୍ୱିଂଟାଲ ପିଛା ଦର ୬୫ ଟଙ୍କା ବୃଦ୍ଧି କରାଯାଇଛି । ଏ-ଗ୍ରେଡ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ମକାର ସର୍ବନିମ୍ନ ସହାୟକ ମୂଲ୍ୟ ୧.୭୬୦ ଟଙ୍କା ବୃଦ୍ଧି କରାଯାଇଛି । ବାଜରା, ମୁଗ, ଆଦି ଡାଲି ଜାତୀୟ ଶସ୍ୟର ଏମଏସପି ବୃଦ୍ଧି କରାଯାଇଛି । ଧାନ ଓ ଡାଲି ବ୍ୟତୀତ ବାଦାମର ଏମଏସପି ୨୦୦ ଟଙ୍କା ବୃଦ୍ଧି ପାଇଥିବାବେଳେ ସୋୟାବିନର ଏମଏସପି ୩୧୧ ଟଙ୍କା ବୃଦ୍ଧି ପାଇଛି । ସେହିପରି ମଧ୍ୟମ ଧରଣର ତୁଳାର ଏମଏସପି କୁଇଂଟାଲ ପିଛା ୧୦୫ ଟଙ୍କା ବୃଦ୍ଧି ପାଇଥିବାବେଳେ ଲମ୍ବା ତୁଳାର ଏମଏସପି ୧୦୦ ଟଙ୍କା ବୃଦ୍ଧି ପାଇଛି ।