ପୋଖରୀରେ ବୁଡି ଯୁବକ ମୃତ

ପୋଖରୀରେ ବୁଡି ଯୁବକ ମୃତ

ପୋଖରୀରେ ବୁଡି ଯୁବକ ମୃତ
ଗଞ୍ଜାମ : ଆଜି ଗଞ୍ଜାମ ଜିଳ୍ଲା ଦିଗାପଡା ଧନଞ୍ଜପୁର ଗାାଁରେ ଘଟିଯାଇଛି ଏକ ଅଘଟଣ । ମନ୍ଦିର ପାଖ ପୋଖରୀରେ ଗାଧୋଇଲା ବେଳେ ଜଣେ ଯୁବକ ବୁଡି ଯାଇ ମୃତୁ୍ୟବରଣ କରିଥିବା ସୂଚନା ମିଳିଛି । ଦିଗାପଡା ଧନଞ୍ଜୟପୁର ଗାଁ ଜମ୍ବେଶ୍ୱର ମନ୍ଦିର ପୋଖରୀରେ ଏହି ଘଟଣା ଘଟିଛି । ମୃତ ଯୁବକର ବୟସ ପାଖାପାଖି ୩୫ ବର୍ଷ ହେବ ଅନୁମାନ କରାଯାଉଛି । ଯୁବକର ଘର କୋଦଳା ସାମାନ୍ତରାପୁର ସାହିରେ ହୋଇଥିବାର ଜଣା ପଡିଛି । ଏହି ଦୁଃଖଦ ଘଟଣା ଘଟିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ଯୁବକର ମୃତ ଦେହ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଛି ।