କରୋନା ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।

କରୋନା ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।

 କରୋନା ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।
କରୋନା ଭାଇରସ୍ ବା କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଏଯାଏ କୌଣସି ଫଳପ୍ରଦ ପ୍ରତିଷେଧକ ଟଇକା କିଂବା ଔଷଧ ବାହାରି ନଥିବାରୁ କେବଳ ସଚେତନତା ଦ୍ୱାରା ଏଥିରୁ ନିଜକୁ ସୁରକ୍ଷିତ ରଖିବା ସମ୍ଭବ । ସବୁ ବୟସର ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି । ଜ୍ୱର, ଥଣ୍ଡା, କାଶ, କଫି, ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ଅନୁଭବ ଆଦି ଏହି ରୋଗର ପ୍ରାଥମିକ ଲକ୍ଷଣ । ଜଟିଳ ପରିସ୍ଥିତିରେ ନିମୋନିଆ, ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଯାଏ । ବୃକକ୍ ଅଚଳ ହୋଇଯାଏ । ଏଥିରୁ ରକ୍ଷା ପାଇବା ଲାଗି ପ୍ରଥମେ ନିଜକୁ ସଫାସୁତୁରା ରଖନ୍ତୁ । ନିୟମିତ ବ୍ୟବଧାନରେ ଭଲ ଭାବେ ହାତ ଧୁଅନ୍ତୁ । କାଶିବା ଓ ଛିଙ୍କିବା ବେଳେ ରୁମାଲ କିମ୍ବା ସଫା କପଡାରେ ମୁହଁ ଘୋଡାନ୍ତୁ । ଅଣ୍ଡା ଓ ମାଂସ ଭଲଭାବେ ଏବଂ ଅଧିକ ସମୟ ସିଝାଇ ଖାଆନ୍ତୁ । ଆଖି, କାନ ଓ ନାକରେ ବାରଂବାର ହାତ ଲଗାନ୍ତୁ ନାହିଁ । ଭିଡ ଠାରୁ ଦୂରେଇ ରୁହନ୍ତୁ ଏବଂ ଦୂର ଯାତ୍ରା ବେଳେ ମୁହଁ ଢାଙ୍କି ରଖିବା ଲାଗି ମାସ୍କ ଲଗାନ୍ତୁ । ଏହା ଦ୍ୱାରା ଭୂତାଣୁ ସଂକ୍ରମଣର ଭୟ ରହେନାହିଁ ।