କେଶ ସଂକ୍ରମଣରୁ ବର୍ତ୍ତିବାର ଉପାୟ

କେଶ ସଂକ୍ରମଣରୁ ବର୍ତ୍ତିବାର ଉପାୟ

କେଶ ସଂକ୍ରମଣରୁ ବର୍ତ୍ତିବାର ଉପାୟ
ବର୍ଷାଦିନ ପରେ କେଶ ସଂକ୍ରମଣର ସମସ୍ୟା ଅଧିକାଂଶ ନିକଟରେ ଉପୁଜିଥାଏ । ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ କେତୋଟି ଘରୋଇ ଉପଚାର କରିବା ଜରୁରୀ । ବେକିଂ ସୋଡ଼ା ଏଥିନିମନ୍ତେ ଭଲ ଭାବେ କାମ କରେ । ୧ କପ୍ ପାଣିରେ ୧ ଚାମଚ ବେକିଂ ସୋଡ଼ା ମିଶାଇ ତୁଳାରେ କେଶମୂଳରେ ଲଗାଇ କିଛି ସମୟ ଛାଡ଼ିଦେବେ । ୧୫ ମିନିଟ ପରେ ସାଧା ପାଣିରେ କେଶ ଧୁଅନ୍ତୁ । ଥରୁଟିଏ ଏହା କରିବା ପରେ ଫରକ ଜାଣିହେବ । ଆପଲ ଭିନେଗାର ମଧ୍ୟ ଖୁବ୍ ଭଲ ଭାବେ କାମ କରେ । କେଶ ସଫା କରିବା ପୂର୍ବରୁ ପାଣିରେ ଏଇ ଭିନେଗାର ମିଶାଇ ପୁରା କେଶରେ ଲଗାଇ ୧୦ ମିନିଟ ପରେ ଶାମ୍ପୁ କରିନିଅନ୍ତୁ । ଘି-କୁଅାଁରୀ ରସ କେଶ ସଂକ୍ରମଣ ନିମନ୍ତେ ମହୌଷଧି । ଏହାକୁ ଅବଶ୍ୟ ଅଧିକ ସମୟ କେଶ ମୂଳରେ ଲଗାଇ ରଖିଲେ ଥଣ୍ଡା, ସର୍ଦ୍ଧି ହେବାର ଭୟ ରହିଛି । ନିମ୍ବ ପତ୍ରକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରି ଅଧ କପ୍ ଦହିରେ ମିଶାଇ ପ୍ୟାକ୍ ଭଳି ପୂରା କେଶରେ ଲଗାଇବେ । କେଶ ସଂକ୍ରମଣ ଦୂରେଇବା ସହ କେଶ ଝଡ଼ିବା ମଧ୍ୟ କମ୍ ହେବ । ନିୟମିତ କେଶମୂଳରେ ଦହି ଲଗାଇଲେ ମଧ୍ୟ କେଶରେ ସମସ୍ତ ସମସ୍ୟା କ୍ରମଶଃ ଦୂର ହୋଇଥାଏ ।