ଚର୍ଚ୍ଚାରେ କୁନି ବ୍ରୁସଲି

ଚର୍ଚ୍ଚାରେ କୁନି ବ୍ରୁସଲି

ଚର୍ଚ୍ଚାରେ କୁନି ବ୍ରୁସଲି
ମାଶାଲ ଆର୍ଟ ସମ୍ରାଟ ତଥା ଅଭିନେତା ବ୍ରୁସ ଲିଙ୍କ ନାଁ ସହ ପ୍ରାୟ ସମସ୍ତେ ପରିଚିତ । ତେବେ ଏଇ କୁନି ବ୍ରୁସ ଲି ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି । ଜାପାନର ନାରା ସହରରେ ରହୁଥିବା ୧୦ ବର୍ଷର ରୁସି ଇମାଲ ସାରା ବିଶ୍ୱରେ କୁନି ବ୍ରୁସଲି ଭାବେ ପରିଚିତ । ମାତ୍ର ଚାରି ବର୍ଷ ବୟସରୁ ସେ ନନଚକସ (ଏକ ପ୍ରକାର ମାର୍ଶାଲ ଆର୍ଟ ଉପକରଣ) ଚଳାଇବା ଆରମ୍ଭ କରିଦେଇଥିଲେ । ବ୍ରୁସ ଲିଙ୍କର ଏହି ପ୍ରଶଂସକ ତାଙ୍କ ପରି ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ପିତାମାତା ମଧ୍ୟ ପୁଅର ସ୍ୱପ୍ନ ପୂରଣ କରିବାରେ ଲାଗି ପଡ଼ିଛନ୍ତି । ୧୦ ବର୍ଷ ବୟସରେ ନିଜ ମାର୍ଶାଲ ଆର୍ଟ କୌଶଳ ଯୋଗୁଁ ରୁସି ‘ମିନି ବ୍ରୁସ ଲି’ ଭାବେ ପରିଚୟ ହାସଲ କଲେଣି । ସୋସିଆଲ ମିଡିଆରେ ତାଙ୍କ ଭିଡିଓ ବହୁ ଦକ୍ଷ ମାର୍ଶାଲ ଆର୍ଟ ବିଶେଷଜ୍ଞଙ୍କୁ ବି ଚକିତ କରୁଛି । ଇନଷ୍ଟାଗ୍ରାମରେ ତାଙ୍କୁ ୭୫ ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି । ରୁସି ଏକ ସାକ୍ଷାତକାରରେ ଜଣାଇଥିଲେ ଯେ ସେ ବର୍ଷକର ହୋଇଥିବା ବେଳେ ବ୍ରୁସ ଲିଙ୍କ ଚଳଚ୍ଚିତ୍ର ଦେଖୁଛନ୍ତି । ସେ ତାଙ୍କୁ ଅନୁସରଣ କରିବାକୁ ବାହାରିଥିବା ବେଳେ ପ୍ରଥମେ ଖୁବ କଷ୍ଟ ହୋଇଥିଲା । ପରେ ଅଭ୍ୟାସ ଦ୍ୱାରା ସେ ଏଭଳି ସଫଳତା ହାସଲ କରିଛନ୍ତି । ଏବେ ଚଳଚ୍ଚିତ୍ରରେ ବ୍ରୁସ ଲିଙ୍କ ଚରିତ୍ରରେ ଅଭିନୟ ସହ ମାର୍ଶାଲ ଆର୍ଟରେ ତାଙ୍କ ପ୍ରଦର୍ଶନକୁ ସେ ଅବିକଳ ନକଲ କରିପାରିବେ ବୋଲି କହନ୍ତି ରୁସି ।