ପତ୍ନୀଙ୍କୁ ଭୁଲରେ ବି କୁହନ୍ତୁନି ଏହି ୫ କଥା

ପତ୍ନୀଙ୍କୁ ଭୁଲରେ ବି କୁହନ୍ତୁନି ଏହି ୫ କଥା

ପତ୍ନୀଙ୍କୁ ଭୁଲରେ ବି କୁହନ୍ତୁନି ଏହି ୫ କଥା
ପତି-ପତ୍ନୀଙ୍କ ସମ୍ପର୍କ ମଧ୍ୟରେ ଅନେକ ସମୟରେ ପୁରୁଷଙ୍କ କଥା ମହିଳାଙ୍କୁ ଆଘାତ କରିଥାଏ । ଯେଉଁ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ଜଣାଇବୁ ଯାହାକୁ ଭୁଲରେ ବି ପତ୍ନୀଙ୍କ ସମ୍ମୁଖରେ କହିବା ଉଚିତ୍ ନୁହେଁ । ପତ୍ନୀଙ୍କୁ ନିଜ ମାଙ୍କ ସହ କରନ୍ତୁନି ତୁଳନା କେବେ ବି ପତ୍ନୀଙ୍କ ତୁଳନା ନିଜ ମାଙ୍କ ସହ କରନ୍ତୁ ନାହିଁ । ଯଦି ଆପଣ ବାରମ୍ବାର କହୁଛନ୍ତି କି ‘ତମେ ମୋ ମା ଭଳି ଭଲ ଖାଇବା ପ୍ରସ୍ତୁତ କରିପାରୁନ କିମ୍ବା ମୋ ମା ଭଳି ସୁନ୍ଦର ନୁହଁ’ ତେବେ ଝଗଡା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ । ବାରମ୍ବାର ଝଗଡା ହେଲେ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ପତ୍ନୀଙ୍କ ଘର ଲୋକଙ୍କୁ ଖରାପ କରି କୁହନ୍ତୁନି ସମସ୍ତଙ୍କୁ ନିଜ ପରିବାର ଲୋକ ବହୁତ ପସନ୍ଦ । ଯଦି ଆପଣ କେବେ ବି ପତ୍ନୀଙ୍କ ଘର ଲୋକଙ୍କ ସମ୍ପର୍କରେ କିଛି ଖରାପ କରି କହୁଛନ୍ତି ତେବେ ଆପଣଙ୍କ ଝଗଡା ହେବାକୁ କେହି ରୋକିପାରିବେନି । ଏମିତି କଲେ ପତ୍ନୀଙ୍କ ହୃଦୟକୁ ଆଘାତ ଲାଗିବ । ପତ୍ନୀଙ୍କ ସାମ୍ନାରେ କେବେ ବି ଅନ୍ୟ ମହିଳାଙ୍କ ପ୍ରଶଂସା କରନ୍ତୁନି କେବେ ବି ପତ୍ନୀଙ୍କ ସାମ୍ନାରେ ଅନ୍ୟ ମହିଳାଙ୍କ ପ୍ରଶଂସା କରନ୍ତୁନାହିଁ । ଜଣେ ମହିଳା କେବେ ବି ଅନ୍ୟ ମହିଳାଙ୍କ ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି ନାହିଁ । ଏଥିପାଇଁ ଭୁଲରେ ବି ନିଜ ପତ୍ନୀଙ୍କ ସାମ୍ନାରେ ଅନ୍ୟ କେଉଁ ମହିଳାଙ୍କ ପ୍ରଶଂସା କରନ୍ତୁ ନାହିଁ । ନଚେତ୍ ସମ୍ପର୍କ ଖରାପ ହୋଇପାରେ । ପତ୍ନୀଙ୍କ ଚରିତ୍ର ଉପରେ କରନ୍ତୁନି ସନ୍ଦେହ ଅନେକ ଥର ଝଗଡା ସମୟରେ ପତି ପତ୍ନୀଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାନ୍ତି । ଏଥିରେ ପତ୍ନୀଙ୍କ ଆତ୍ମସ୍ୱାଭିମାନକୁ ଆଘାତ ହୋଇଥାଏ । ମହିଳାମାନେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଉଥିବା ଲୋକଙ୍କୁ ଜମା ପସନ୍ଦ କରନ୍ତିନି । ଯଦି ଆପଣ ବାରମ୍ବାର ଏମିତି କରନ୍ତି ତେବେ ଆପଣଙ୍କ ମଧ୍ୟରେ ଦୂରତା ବଢିପାରେ । ପତି ଭୁଲ୍ ସ୍ୱୀକାର ନକଲେ ଅନେକ ଥର ପତିଙ୍କର ଭୁଲ୍ ହୋଇଥାଏ କିନ୍ତୁ ଯଦି ସେ ସ୍ୱୀକାର କରୁନାହାଁନ୍ତି ଏବଂ ପତ୍ନୀଙ୍କ ଉପରେ ସବୁ ଦୋଷ ଲଦି ଦେଉଛନ୍ତି ତେବେ ପରିସ୍ଥିତି ବିଗିଡିପାରେ । ଏଥିରେ ଧିରେ ଧିରେ ସମ୍ପର୍କ ଭାଙ୍ଗିପାରେ ।