ବିଶ୍ୱ ହସ୍ତପ୍ରକ୍ଷାଳନ ଦିବସ

ବିଶ୍ୱ ହସ୍ତପ୍ରକ୍ଷାଳନ ଦିବସ

ବିଶ୍ୱ ହସ୍ତପ୍ରକ୍ଷାଳନ ଦିବସ
୨୦୦୮ ରୁ ପ୍ରତି ବର୍ଷ ଅକ୍ଟୋବର ୧୫ ତାରିଖରେ ପାଳିତ ହେଉଛି ‘ବିଶ୍ୱ ହସ୍ତ ପ୍ରକ୍ଷାଳନ ଦିବସ’ ବା ଇଂରାଜୀରେ ‘ଗ୍ଲୋବାଲ ହ୍ୟାଣ୍ଡ ୱାସିଂ ଡେ’ । ନିୟମିତ ହାତ ଧୋଉଥିଲେ ଉଦର ଓ ଶ୍ୱାସକି୍ରୟା ସମ୍ପର୍କିତ ବିଭିନ୍ନ ମାରାତ୍ମକ ସଂକ୍ରାମକ ରୋଗ (ନିମୋନିଆ, ଡାଇରିଆ ଆଦି; ଏହି ଦୁଇଟି ରୋଗ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ପାଞ୍ଚ ବର୍ଷରୁ କମ୍ ବୟସ ୩୫ ଲକ୍ଷ ଶିଶୁଙ୍କ ଜୀବନ ଯାଉଛି)ହେବାର ଆଶଙ୍କା ୨୫-୫୦ ପ୍ରତିଶତ ହ୍ରାସ ପାଇଥାଏ । ତେଣୁ, ଏ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ନିୟମିତ ଅନୁସାରେ ସାବୁନରେ ହାତ ସଫା କଲେ, ବହୁ ସଂକ୍ରାମକ ରୋଗ ସହଜରେ ହୁଏ ନାହିଁ । ବିଶ୍ୱ ବିଦ୍ୟାଳୟରେ ଏ ବାବଦରେ ସଚେତନତା ସୃଷ୍ଟିକୁ ପ୍ରାଥମିକତା ଦିଆଯାଉଛି । ୨୦୧୭ରେ ସାରା ବିଶ୍ୱରେ କୋଡ଼ିଏ କୋଟି ଶିଶୁ ଏହି ଦିବସ ପାଳିଥିଲେ । ୨୦୧୪ ରେ ମଧ୍ୟପ୍ରଦେଶର ଏକାବନଟି ଜିଲ୍ଲାରେ ୧୨,୭୬,୪୨୫ ସ୍କୁଲ ପିଲା ଏହି ଦିବସ ପାଳନ ଅବସରରେ ସାବୁନରେ ହାତ ଧୋଇ ସଚେତନତା ବାର୍ତ୍ତା ଦେଇଥିଲେ । ‘ଗିନିଜ ବୁକ’ ଅନୁଯାୟୀ ତାହା ଏକ ରେକର୍ଡ ।