ପୁଣି ଚଳଚଞ୍ଚଳ ହେବ ରାଜଧାନୀ

ପୁଣି ଚଳଚଞ୍ଚଳ ହେବ ରାଜଧାନୀ

ପୁଣି ଚଳଚଞ୍ଚଳ ହେବ ରାଜଧାନୀ
ଭୁବନେଶ୍ବର : ପ୍ରାୟ ୪୦ଦିନର ଲକ୍‌ଡାଉନ୍‌ରେ ଥିବା ରାଜଧାନୀ ପୁଣି ଚଳଚଞ୍ଚଳ ହେବ। ବିଏମ୍‌ସି ଭୁବନେଶ୍ବରରେ ପ୍ରାୟ ସବୁ ଦୋକାନ, କାର୍ଯ୍ୟାଳୟ ଖୋଲିବା ସହ ନିର୍ମାଣ କାମକୁ ଅନୁମତି ଦେଇଛି। ୨୮ତାରିଖ ସଂଧ୍ୟାରେ ବିଏମ୍‌ସି ବିଭିନ୍ନ ଦୋକାନ, କାର୍ଯ୍ୟାଳୟ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରିବା ପରେ ଏଥିରେ କିଛି ଦୋକାନ ଖୋଲିବା ନେଇ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନଥିଲା। ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ହେବାରୁ ବିଏମ୍‌ସି ପକ୍ଷରୁ ଆଜି ପୁଣି କେଉଁ ଦୋକାନ ଖୋଲିପାରିବ, କେମିତି ଯାତାୟାତ କରିହେବ ସେନେଇ ସୂଚନା ଦିଆଯାଇଛି।ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ମାର୍କେଟ୍‌ କମ୍ପ୍ଲେକ୍ସ ଓ ମଲ୍‌ରେ ନଥିବା ମୋବାଇଲ୍‌ ଦୋକାନ ଖୋଲିପାରିବ, ପ୍ଲାଇଉଡ୍‌, ରଙ୍ଗ, ହାର୍ଡ‌େୱୟାର ଦୋକାନ, ଦୁଇ ଚକିଆ ଗାଡ଼ି ସୋ’ରୁମ୍‌, ପୋଷାକ ଦୋକାନ, ପ୍ରିଣ୍ଟିଂ ପ୍ରେସ୍‌, ଫ୍ଲେକ୍ସ ଦୋକାନ, ଡିଜିଟାଲ୍‌ ପ୍ରିଣ୍ଟିଂ, ମାର୍ବଲ୍‌, ଟାଇଲ୍‌, ଗ୍ରାନାଇଟ୍‌, ଜୁଏଲାରି ସୋ’ ରୁମ୍‌, କାଚ ଦୋକାନ, ଲୋକ ପାର୍ସଲ ନେଇପାରୁଥିବା ମିଠା ଦୋକାନ, ସାନିଟାରି ଦୋକାନ, କମ୍ପ୍ୟୁଟର ଓ ଲାପଟପ୍ ଦୋକାନ ଖୋଲିପାରିବ।ହେଲେ ଚାରିଚକିଆ ‌ଗାଡ଼ି ସୋ ରୁମ୍‌ ଖୋଲିବନି। ବୀମା କମ୍ପାନିଗୁଡ଼ିକ ଖୋଲିବ, କିନ୍ତୁ ୨୫% କର୍ମଚାରୀଙ୍କୁ ନେଇ କାମ କରିବେ। ଲିଫ୍‌ଟ/ଏସ୍କାଲେଟର ‌ଚାଲି ପାରିବ। ଏଠାରେ ସାମାଜିକ ଦୂରତା ରକ୍ଷା ସହ ନିୟମିତ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦିଆଯିବ। ମଦ ଦୋକାନ ଖୋଲିବାକୁ କିନ୍ତୁ ଅନୁମତି ଦିଆଯାଇନି।