ଷ୍ଟାର ସ୍କ୍ରିନ୍ ଆୱାର୍ଡ-୨୦୧୯ ରଣବୀର, ଆଲିଆ ଶ୍ରେଷ୍ଠ

ଷ୍ଟାର ସ୍କ୍ରିନ୍ ଆୱାର୍ଡ-୨୦୧୯ ରଣବୀର, ଆଲିଆ ଶ୍ରେଷ୍ଠ

ଷ୍ଟାର ସ୍କ୍ରିନ୍ ଆୱାର୍ଡ-୨୦୧୯ ରଣବୀର, ଆଲିଆ ଶ୍ରେଷ୍ଠ
ନୂଆଦିଲ୍ଲୀ : ମୁମ୍ବାଇରେ ‘ଷ୍ଟାର ସ୍କ୍ରିନ୍ ଆୱାର୍ଡ-୨୦୧୯’ ଅନୁଷ୍ଠିତ ହୋଇଯାଇଛି । ଚଳଚ୍ଚିତ୍ର ‘ଗଲି ବଏ’ ପାଇଁ ଶ୍ରେଷ୍ଠ ଲୋକପି୍ରୟ ଅଭିନେତା ପୁରସ୍କାର ରଣବୀର ସିଂହ ପାଇଥିବା ବେଳେ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଛନ୍ତି । ସେହିଭଳି ପ୍ରେମ ଚୋପ୍ରାଙ୍କୁ ଜୀବନବ୍ୟାପୀ ସମ୍ମାନ ମିଳିଥିବା ବେଳେ ଶ୍ରେଷ୍ଠ ମନୋରଞ୍ଜନ ସୃଷ୍ଟିକାରୀ କଳାକାର ଭାବେ ରଣବିର ସିଂହ, ଶ୍ରେଷ୍ଠ ନିଦେ୍ର୍ଧଶକ ଭାବେ ଜୋୟା ଅଖତାର (ଗଲି ବଏ) ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଗଲି ବଏ’କୁ ଷ୍ଟାର ସ୍କି୍ରନ୍ ଆୱାର୍ଡ-୨୦୧୯ ମିଳିଛି । ଚଳଚ୍ଚିତ୍ର ‘ଆର୍ଟିକଲ ୧୫’କୁ ଶ୍ରେଷ୍ଠ ଫିଲ୍ମ କି୍ରଟିକ ଚଏସ ଆୱାର୍ଡ, ଅନୁଭବ ସିହ୍ନାଙ୍କୁ ଶ୍ରେଷ୍ଠ କି୍ରଟିକ ଚଏସ ନିଦେ୍ର୍ଧଶକ ଆୱାର୍ଡ (ଆର୍ଟିକଲ-୧୫), ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ କି୍ରଟିକ ଚଏସ ଅଭିନେତା ଆୱାର୍ଡ (ଆର୍ଟିକଲ ୧୫ ଓ ବାଲା), ଭୂମି ପେଡେନକର ଓ ତାପସୀ ପନୁଙ୍କୁ ଶ୍ରେଷ୍ଠ କି୍ରଟିକ ଚଏସ ଅଭିନେତ୍ରୀ ଆୱାର୍ଡ (ଷାଣ୍ଢ କି ଆଁଖ) ମିଳିଛି । ସେହିଭଳି ଗୁଲସନ ହେବିୟାହଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ (ମର୍ଦ୍ଧ କୋ ଦର୍ଦ୍ଧ ନାହିଁ ହୋତା) ପୁରସ୍କାର ମିଳିଥିବା ବେଳେ କାମିନୀ କୌଶାଲଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ (କବୀର ସିଂହ) ପୁରସ୍କାର, ୟାମୀ ଗୌତମଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ ପୁରସ୍କାର (ବାଲା), ସାରା ଅଲ୍ଲୀ ଖାନ୍ଙ୍କୁ ଶ୍ରେଷ୍ଠ ଉଦୀୟମାନ ଅଭିନେତ୍ରୀ ପୁରସ୍କାର ମିଳିଛି ।