ବ୍ଲାକହୋଲ୍ରୁ ବାହାରୁଛି ତୀବ୍ର ଆଲୋକ ରଶ୍ମି

ବ୍ଲାକହୋଲ୍ରୁ ବାହାରୁଛି ତୀବ୍ର ଆଲୋକ ରଶ୍ମି

ବ୍ଲାକହୋଲ୍ରୁ ବାହାରୁଛି ତୀବ୍ର ଆଲୋକ ରଶ୍ମି
ସାଉଥଆମ୍ପଟନ୍ ୟୁନିଭର୍ସିଟି ଓ ଇଣ୍ଟର-ୟୁନିଭର୍ସିଟି ସେଣ୍ଟର ଫର ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ (ଆଇୟୁସିଏଏ) ସମେତ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନୀ ଦଳ ପୂର୍ବରୁ କେବେ ଦେଖାଯାଇନଥିବା ସ୍ତରରେ ଉଚ୍ଚ ଫ୍ରେମ୍ ହାରଯୁକ୍ତ ବ୍ଲାକହୋଲ ପଦ୍ଧତିର ଚିତ୍ର ଉତ୍ତୋଳନ ଲାଗି ଷ୍ଟେଟ୍ ଅଫ୍ ଆର୍ଟ କ୍ୟାମେରା ବ୍ୟବହାର କରିଛନ୍ତି । ବ୍ଲାକହୋଲ ଭଳି ଗୁଢ଼ ବସ୍ତୁର ତକ୍ରାଳ ପରିବେଶକୁ ବୁଝିବା ପାଇଁ ଏହି ପ୍ରକି୍ରୟାରେ ସେମାନେ ନୂଆ ସଙ୍କେତ ଖୋଜି ପାଇଛନ୍ତି । ଅଧ୍ୟୟନର ମୁଖ୍ୟ ଲେଖକ ତଥା ସାଉଥ ଆମ୍ପଟନ ୟୁନିଭର୍ସିଟି ଓ ଆଇୟୁସିଏଏର ଯୁଗ୍ମ ପିଏଚଜି ଛାତ୍ର ଜନ ପେସ ଏ ନେଇ ତଥ୍ୟ ଦେଇଛନ୍ତି । ବଢ଼ୁଥିବା ବ୍ଲାକହୋଲ ପଦ୍ଧତିର ଚଳଚ୍ଚିତ୍ର ପ୍ରସ୍ତୁତିକର୍ତ୍ତାଙ୍କ ମଧ୍ୟରେ ସେ ବି ସାମିଲ । ଏହି ବ୍ଲାକହୋଲ ପଦ୍ଧତିର ନାଁ ‘ମ୍ୟାକ୍ସି ଜେ ୮୨୦+୦୭୦’ । ଏହାର କେନ୍ଦ୍ରରୁ ତୀବ୍ର ଆଲୋକ ରଶ୍ମି ନିର୍ଗତ ହେଉଥିବା ଜ୍ୟୋତିର୍ବିଜ୍ଞାନୀମାନେ ଲକ୍ଷ୍ୟ କରିଛନ୍ତି । ୧୦ ହଜାର ଆଲୋକ ବର୍ଷ ଦୂରରେ ଅବସ୍ଥିତ କରିଥିବା ଏହି ବ୍ଲାକହୋଲଟି ୨୦୧୮ ରେ ପ୍ରଥମେ ଆବିଷ୍କୃତ ହୋଇଥିଲା । ଏହାର ଘନତ୍ୱ ଲଣ୍ଡନ ସହର ଅପେକ୍ଷା ଛୋଟ କ୍ଷେତ୍ରରେ ସଙ୍କୁଚିତ ୭ ସୂର୍ଯ୍ୟ ସହ ସମାନ । ଏଠାରେ ବ୍ଲାକହୋଲର ଶକ୍ତ ମାଧ୍ୟାକର୍ଷଣ ଓ ବସ୍ତୁର ନିଜସ୍ୱ ଚୁମ୍ବକୀୟ କ୍ଷେତ୍ରର ପ୍ରଭାବ ବିକିରଣ ସ୍ତରରେ ଦ୍ରୁତ ପରିବର୍ତ୍ତନର କାରଣ ହୋଇପାରେ, ଯାହା ସମଗ୍ର ପଦ୍ଧତିରୁ ନିର୍ଗତ ହେଉଛି ।