ବଲିଉଡ ଅଭିନେତା ବିଜୁ ଖୋଟେଙ୍କ ପରଲୋକ

ବଲିଉଡ ଅଭିନେତା ବିଜୁ ଖୋଟେଙ୍କ ପରଲୋକ

ବଲିଉଡ ଅଭିନେତା ବିଜୁ ଖୋଟେଙ୍କ ପରଲୋକ
ବଲିଉଡ୍ ସିନେ ଜଗତର ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ଅଭିନେତା ବିଜୁ ଖୋଟେଙ୍କ ୭୭ ବର୍ଷ ବୟସରେ ଆଜି ନିଧନ ହୋଇଯାଇଛି । ଲମ୍ବା ସମୟରୁ ରୋଗାଗ୍ରସ୍ତ ଥିବା ବିଜୁ ଖୋଟେ ଆଜି ସକାଳେ ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଅଭିନେତାଙ୍କ ମୃତ୍ୟୁରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।ନବେ ଦଶକର ବ୍ଲକବଷ୍ଟର ସିନେମା ‘ଶୋଲେ’ ରେ ‘କାଲିଆ’ ଆଇକନିକ୍ ଚରିତ୍ରରେ ନଜର ଆସିଥିବା ବିଜୁ ଖୋଟେ ନିଜର ଗୋଟିଏ ଡାଇଲଗ୍ ପାଇଁ ଘରେ ଘରେ ପରିଚିତ ହୋଇଥିଲେ । ଏମିତିକି ନିଜ ନାଁରେ ସେ ଯେତେ ପରିଚିତ ନୁହଁନ୍ତି କାଲିଆ ନାଁରେ ସେ ଅଧିକ ଚର୍ଚ୍ଚିତ ହୋଇଥିଲେ । ତାଙ୍କ ମୃତ୍ୟୁରେ ପ୍ରଶଂସକଙ୍କ ଗହଣରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ବିଜୁ ଖୋଟେ ୧୯୬୪ ମସିହାରେ ସିନେ ଜଗତରେ ପାଦ ଥାପିଥିଲେ । ସିନେ ଜୀବନରେ ସେ ଅନେକ ମରାଠୀ ଏବଂ ହିନ୍ଦି ଫିଲ୍ମରେ କାମ କରିସାରିଛନ୍ତି । ଶୋଲେ ସିନେମାକୁ ଛାଡିଦେଲେ ନବେ ଦଶକର ଆଉ ଏକ କମେଡି ସିନେମା ‘ଅନ୍ଦାଜ୍ ଅପନେ ଅପନେ’ ରେ ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା କରାଯାଏ ।