ଅନଲାଇନ ଗେମିଙ୍ଗ ନିଶା : ନିଜ ଅପହରଣର ନାଟକ ରଚିଲା ୧୪ ବର୍ଷୀୟ ବାଳକ

ଅନଲାଇନ ଗେମିଙ୍ଗ ନିଶା : ନିଜ ଅପହରଣର ନାଟକ ରଚିଲା ୧୪ ବର୍ଷୀୟ ବାଳକ

ଅନଲାଇନ ଗେମିଙ୍ଗ ନିଶା : ନିଜ ଅପହରଣର ନାଟକ ରଚିଲା ୧୪ ବର୍ଷୀୟ ବାଳକ
ପାଟନା : ବିହାରର ଜଣେ ୧୪ ବର୍ଷୀୟ ବାଳକ ନିଜ ଅପହରଣର ନାଟକ ରଚିଛି । ଅନଲାଇନ ଗେମିଙ୍ଗ ନିଶା ପାଇଁ ପଇସା ଦରକାର ଥିବାରୁ ବାଳକ ଜଣକ ନିଜ ଅପହରଣର ନାଟକ କରି ନିଜ ପରିବାର ଲୋକଙ୍କ ଠାରୁ ଅର୍ଥ ହାସଲ କରିବାର ଯୋଜନାରେ ରହିଥିଲା । ତେବେ ପୋଲିସ ନାବାଳକକୁ ଗିରଫ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ନାବାଳକ ଜଣକ ଘରୁ ଲୁଚି ପଳାଇ ଯାଇ ୫ ଲକ୍ଷ ଟଙ୍କାର ଅର୍ଥ ଦାବି କରିଥିଲା । ଏହି ଘଟଣା ପରେ ନାବାଳକଙ୍କ ମା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ପୂର୍ଣ୍ଣିଆର ଏକ ବସଷ୍ଟାଣ୍ଡରୁ ଯୁବକଙ୍କୁ ଉଦ୍ଧାର କରିଥିଲେ । ଦଶମ ଶ୍ରେଣୀରେ ପଢୁଥିବା ଯୁବକ ଜଣକ ୧୦ ତାରିଖରେ ୨ ହଜାର ଟଙ୍କା ଏବଂ ମୋବାଇଲ ସହିତ ଘରୁ କେଉଁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ନାବାଳକ ଜଣକ ଉକ୍ତ ଅର୍ଥ ସହିତ ଦିଲ୍ଲୀ କିମ୍ବା ମୁମ୍ବାଇ ପଳାଇବାର ଯୋଜନା କରିଥିଲେ । ବର୍ତ୍ତମାନ ନାବାଳକଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଫିସର ପ୍ରକାଶ କରିଛନ୍ତି ।