ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ଶହିଦ

ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ଶହିଦ

ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ଶହିଦ
ଶ୍ରୀନଗର : ଜମ୍ମୁ କଶ୍ମୀରରେ ୩ ଯବାନ ଶହିଦ । ବାରାମୁଲାର କ୍ରେରି ଠାରେ ସିଆରପିଏଫ ଓ ପୋଲିସ ପାଟ୍ରୋଲିଂ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ । ରିପୋର୍ଟ ଅନୁଯାୟୀ ପାଲଟା ଗୁଳି ଚାଳନା ସହ ମୁହାଁମୁହିଁ ଲଢେଇରେ ୩ ଯବାନ ଶହିଦ ହୋଇଛନ୍ତି । ଏହା ପରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛି ସେନା । ସହିଦ ଯବାନଙ୍କ ମଧ୍ୟରେ ଜମ୍ମୁ କଶ୍ମୀର ପୋଲିସର ଜଣେ ଏସପିଓ ଓ ସିଆରପିଏଫର ଦୁଇଜଣ ଯବାନ ରହିଛନ୍ତି । ସୂଚନା ମୁତାବକ ରବିବାର ସଂଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଥିଲା । ଅନ୍ୟପଟେ ସେନା ବାହିନୀ ଉପରେ ଆକ୍ରମଣ କରିବାକୁ ଯୋଜନା ବିଫଳ ହେବା ସହ ବହୁ ପରିମାଣର ଆଇଇଡି ଜବତ ହୋଇଥିଲା ।