ଦୁର୍ଘଟଣା ପରେ କାର ସହ ଜଳିଗଲେ ପରିବାରର ୫ ସଦସ୍ୟ

ଦୁର୍ଘଟଣା ପରେ କାର ସହ ଜଳିଗଲେ ପରିବାରର ୫ ସଦସ୍ୟ

ଦୁର୍ଘଟଣା ପରେ କାର ସହ ଜଳିଗଲେ ପରିବାରର ୫ ସଦସ୍ୟ
ଆଗ୍ରା: ଟ୍ରକ୍‌କୁ ଧକ୍କା ଦେବା ପରେ ଏକ କାରରେ ନିଆଁ ଲାଗିଯିବା ସହିତ ସେଥିରେ ଥିବା ଗୋଟିଏ ପରିବାରର ୫ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶନିବାର ସକାଳେ ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତର ପ୍ରଦେଶର ବାଗୱାଲା ଥାନା ଅଞ୍ଚଳରେ। ସୂଚନା ଅନୁସାରେ, ନୟାଗାଓଁ ଥାନା ଅଞ୍ଚଳର ସୁନୀଲ କୁମାର ନାମକ ବ୍ୟକ୍ତି ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ କାର୍‌ରେ ଦିଲ୍ଲୀରୁ ନିଜ ଗାଁ ଅମରୋହା ଆସୁଥିଲେ। ବାଗୱାଲା ଥାନା ହିମ୍ମତପୁର ଗାଁ ନିକଟରେ ଦ୍ରୁତଗତିରେ ତାଙ୍କ କାର୍‌ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଡମ୍ପର ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା। କାର ଭିତରେ ଥିବା ଲୋକମାନଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ସେଠାକୁ ଦୌଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ କାର୍‌ରେ ଥିବା ସମସ୍ତ ୫ ଜଣ ଜୀବନ୍ତ ଜଳିଯାଇଥିଲେ। ମୃତକଙ୍କ ମଧ୍ୟରେ ସୁନୀଲ କୁମାର, ତାଙ୍କ ପରିବାରର ଜଣେ ମହିଳା, ଜଣେ ଯୁବକ ଏବଂ ଅନ୍ୟ ୨ ଶିଶୁ ଥିଲେ। ତେବେ ଦୁର୍ଘଟଣା ପରେ ବର୍ଷା ନାମ୍ନୀ ଏକ ଝିଅ କାର୍‌ ଭିତରୁ ଛିଟିକି ବାହାରେ ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।