ବିଶ୍ୱାସଘାତକତା କରିଛନ୍ତି ଅଜିତ ପାୱାର: ସଞ୍ଜୟ ରାଉତ
ବିଶ୍ୱାସଘାତକତା କରିଛନ୍ତି ଅଜିତ ପାୱାର: ସଞ୍ଜୟ ରାଉତ
admin
Nov 23, 2019 - 11:14
Updated: Nov 23, 2019 - 11:14
ମୁମ୍ବଇ: ମହାରାଷ୍ଟ୍ରରେ ସକାଳୁ ଏକ ଅବିଶ୍ୱାସନୀୟ ଘଟଣା ଘଟିଛି ଯାହାକୁ ନେଇ କଂଗ୍ରେସ ଓ ଶିବସେନାକୁ ଚକିତ କରିଦେଇଛି। ଏଭଳି ହେବା ପଛରେ ଏନସିପି ନେତା ଅଜିତ ପୱାରଙ୍କ ହାତ ରହିଥିବା କଂଗ୍ରେସ ନେତା ଓ ସିବସେନା କହିଛି। ଶନିବାର ସକାଳେ ମହାରାଷ୍ଟ୍ରରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ସହ ଏନସିପି ନେତା ଅଜିତ ପାୱାର ମେଣ୍ଟ କରି ସରକାର ଗଢ଼ିଛନ୍ତି।
ତେବେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଅଜିତ ପାଓ୍ବାର ଶିବସେନା ସହ ବିଶ୍ୱାସଘାତ କରିଥିବା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି।
ଶୁକ୍ରବାର ରାତିରେ ଶିବସେନା, କଂଗ୍ରେସ ଏବଂ ଏନସିପିର ମିଳିତ ବୈଠକ ହୋଇଥିଲା। ଏଥିରେ ଅଜିତ ପୱାର ଉପସ୍ଥିତ ଥିଲେ। ତାଙ୍କ ମନରେ ପାପ ଲୁଚିରହିଥିଲା, ସେ ଆମ ସହିତ ଆଖି ମିଶାଇପାରୁ ନ ଥିଲେ ବୋଲି କହୁଥିଲେ। ଶେଷରେ ସେ ଆମ ସହିତ ବିଶ୍ଵାସଘାତକତା କରିଛନ୍ତି। ଶରଦ ପୱାରଙ୍କୁ ବି ସେ ଧୋକା ଦେଇଛନ୍ତି।
ମହାରାଷ୍ଟ୍ରକୁ ଅଜିତ ବଦନାମ କରିଛନ୍ତି, ଜନତା ଏହାର ଠିକ୍ ଜବାବ ଦେବେ ବୋଲି ଶ୍ରୀ ରାଉତ କହିଛନ୍ତି। ମହାରାଷ୍ଟ୍ରରେ ରାତି ଅନ୍ଧାରରେ ଷଡ଼ଯନ୍ତ୍ର ହୋଇଛି। ରାଜଭବନରେ କ୍ଷମତାର ଦୂରୁପଯୋଗ ହୋଇଛି। ରାଜ୍ୟପାଳ ବି ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି।