୧୯ରେ ଆସିବେ ଶତ୍ରୁଘ୍ନ ସିହ୍ନା

୧୯ରେ ଆସିବେ ଶତ୍ରୁଘ୍ନ ସିହ୍ନା

୧୯ରେ ଆସିବେ ଶତ୍ରୁଘ୍ନ ସିହ୍ନା
ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ଓଡିଶା ଆସିବେ ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନା । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଇଁ ସେ ପ୍ରଚାର କରିବେ । ତାଙ୍କର ନିଆରା ଢଙ୍ଗରେ ଖାମୋସ୍ କହି ଭୋଟ ମାଗିବେ । ନିରଞ୍ଜନ ଲଢୁଥିବା ଉଭୟ ଘସିପୁରା ଓ ଭଣ୍ଡାରିପୋଖରୀରେ ଯୋଗ ଦେଇ ସେ ପ୍ରଚାର କରିବେ । ସେହିପରି ଭଦ୍ରକ ସହର ଲୋକସଭା ପ୍ରାର୍ଥୀ ମଧୁସ୍ମିତା ସେଠୀ ଓ ଭଦ୍ରକ ବିଧାନସଭାର ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତିଙ୍କ ପାଇଁ ଭୋଟ ମାଗିବେ । ଏହି ୩ଟି ଯାକ କାର୍ଯ୍ୟକ୍ରମରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି ।