ରାଜ ଥାକରେଙ୍କୁ ଇଡି ଜେରା
ରାଜ ଥାକରେଙ୍କୁ ଇଡି ଜେରା
admin
Aug 23, 2019 - 05:05
Updated: Aug 23, 2019 - 05:05
ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଥାକରେଙ୍କୁ ଆଇଏଲ ଆଣ୍ଡ ଏଫଏସ୍ ମାମଲାରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଆଜି ମାରାଥନ ଜେରା କରିଛନ୍ତି । ତାଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରାଯାଇଛି । ଏହି ସମୟରେ ଇଡି କାର୍ଯ୍ୟା ବାହାରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏମଏନଏସ୍ ସମର୍ଥକଙ୍କ ଜୋରଦାର ବିରୋଧ ପ୍ରଦାଁନକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇ ମରିନ ଡ୍ରାଇଭ, ଏମଆରଏ ମାର୍ଗ, ଦାଦର ଏବଂ ଆଜାଦ ମୈଦାନ ପୁଲିସ ଷ୍ଟେସନ ଅଞ୍ଚଳରେ ମଧ୍ୟ ଧାରା ୧୪୪ ଲାଗୁ ହୋଇଛି । ମୁମ୍ବାଇ ପୋଲିସ ସୁରକ୍ଷା ଦୃଷ୍ଟିରୁ ଅନେକ ଏମଏନଏସ୍ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଅଟକ ରଖିଛି । ଥାକରେଙ୍କୁ ସମନ ପଠାଇବା ପାଇଁ ଦଳର ଜଣେ ଯୁବ କର୍ମୀ ଆତ୍ମଦାହ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ବ୍ୟାପକ ସତର୍କତା ଅବଲମ୍ବନ କରିଛି ।
ଆଜି ପୂର୍ବାହ୍ନ ୧୧ଟା ବେଳେ ରାଜ ଥାକରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ସହିତ ପୁଅ ଅମିତ ଏବଂ ଝିଅ ଉର୍ବଶୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଥାକରେଙ୍କୁ କୋହିନୁର ସିଟିଏନଏଲ୍ ଇନଫ୍ରାଷ୍ଟକଚର କମ୍ପାନୀର ଆଇଏଲ ଏଣ୍ଡ ଏଫଏସ୍ ଦ୍ୱାରା ୪୫୦ କୋଟି ଟଙ୍କାର ଇକ୍ୱିଟି ନିବେଶ ଏବଂ ଋଣ ମାମଲାରେ ଜେରା କରାଯାଉଛି । କୋହିନୁର ମିଲ୍ସ ନମ୍ବର ୩ ରୁ କିଣିବା ପାଇଁ ଶିବସେନାର ବରିଷ୍ଠ ନେତା ମନୋହର ଯୋଶୀଙ୍କ ପୁଅ ଉନ୍ମେଶ ଯୋଶୀ, ଏମଏନଏସ ମୁଖ୍ୟ ରାଜ ଥାକରେ ଏବଂ ତାଙ୍କର ଅନ୍ୟ ଜଣେ ବ୍ୟବସାୟୀ ସହଯୋଗୀ ମିଶି ଏକ କନସୋର୍ଟିୟମ ଗଠନ କରିଥିଲେ । ଏଥିରେ ଆଇଏଲ ଆଣ୍ଡ ଏଫଏସ୍ ଗ୍ରୁପ ବହୁତ ବଡ଼ ପୁଞ୍ଜି ନିବେଶ କରିଥିଲା । ଏଥିରେ ବଡ଼ ଧରଣର ଲଣ୍ଡି୍ରଂ ହୋଇଥିବା ପ୍ରମାଣ ମିଳିବା ପରେ ରାଜ ଥାକରେଙ୍କୁ ଜେରା କରିବା ପାଇଁ ଇଡି ସମନ କରିଥିଲେ ।