ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ

ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ

 ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ
ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ପାଇଁ ଦୁଇଟି ଲୋକସଭା ଆସନରୁ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ୟୁପିର ଆମେଥି ଏବଂ କେରଳର ୱାଇନାଡ଼ରୁ ନିର୍ବାଚନ ଲଢ଼ିବେ । ରାହୁଲ ଏହି ଦୁଇଟି ସ୍ଥାନରୁ ଲୋକସଭା ନିର୍ବାଚନୀ ଏକ ସାଙ୍ଗରେ ଲଢ଼ିବେ ବୋଲି କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନି ଜଣାଇଛନ୍ତି । ଆଜି ରାହୁଲ ଗାନ୍ଧୀ ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକରେ ରାଲିରେ ଜନତାଙ୍କୁ ସମ୍ବୋଧିତ କରିବେ । ବର୍ତମାନ ଦକ୍ଷିଣ ଭାରତ ଉପରେ କଂଗ୍ରେସର ନଜର । ଚଳିତ ନିର୍ବାଚନରେ କୌଣସି ଅସୁବିଧା ଯେମିତି ନହେବ ସେଥିଲାଗି ରାହୁଲ ୟୁପିର ଆମେଥି ସମେତ କେରଳର ୱାଇନାଡ଼ରୁ ଲଢ଼ିବେ । ଦକ୍ଷିଣ ଭାରତରେ ମୋଟ ୧୩୦ ଲୋକସଭା ଆସନ ରହିଛି । କର୍ଣ୍ଣାଟକକୁ ବାଦଦେଲେ ଦକ୍ଷିଣ ରାଜ୍ୟରେ ବିଜେପି ସେଭଳି ଦୃଢ ସ୍ଥିତିରେ ନାହିଁ । ତେଣୁ ରାହୁଲ ଗାନ୍ଧି ଦକ୍ଷିଣରୁ ଲଢିଲେ ଭୋଟରଙ୍କ ମଧ୍ୟରେ ଭଲ ସନ୍ଦେଶ ଯିବ ବୋଲି ଚର୍ଚ୍ଚା ହେଉଛି । ବିଶେଷତଃ ଦକ୍ଷିଣ ଭାରତରେ ରାହୁଲ ନିଜର ଅସ୍ଥିତ୍ଵ ଜାହିର କରି ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସକୁ ହେଉଥିବା କ୍ଷତି ଭରଣା କରିବେ। ତେଣୁ ସ୍ୱତନ୍ତ୍ର ରଣନୀତି କରାଯାଇ ରାହୁଲଙ୍କୁ କେରଳରୁ ପ୍ରାର୍ଥୀ କରିଛି କଂଗ୍ରେସ । ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେଥିରୁ ସାଂସଦ ଅଛନ୍ତି । ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ କ୍ରମାଗତ ଭାବେ ତିନି ଥର ଉତ୍ତର ପ୍ରଦେଶର ଆମେଠି ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ୨୦୦୪, ୨୦୦୯, ୨୦୦୧୪ରେ ସେ ନିର୍ବାଚନ ଜିତିଛନ୍ତି ।