ହାତ ଚିହ୍ନର ଇତିହାସ

ହାତ ଚିହ୍ନର ଇତିହାସ

ହାତ ଚିହ୍ନର ଇତିହାସ
ନୂଆଦିଲ୍ଲୀ:ଭାରତୀୟ ରାଜନୈତିକ ଦଳଗୁଡିକୁ ନିର୍ବାଚନ ଚିହ୍ନ ପ୍ରଦାନର ମୁଖ୍ୟ ଉଦେ୍ଧଶ୍ୟ ଏହି ଦଳ ଅଧୀନରେ ଛିଡା ହେଉଥିବା ପ୍ରାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି । ମତଦାତା ନିର୍ବାଚନ ଚିହ୍ନ ମାଧ୍ୟମରେ ଦଳକୁ ମନେ ରଖିବାସହ ଭୋଟ ଦେଇଥାନ୍ତି । ନେହେରୁଙ୍କ ଅମଳରେ କଂଗ୍ରେସର ନିର୍ବାଚନ ଚିହ୍ନ ଦୁଇଟି ବଳଦ ଥିଲା । ସେ ସମୟରେ ଦେଶର ସାଧାରଣ ଜନତା ଯେଉଁମାନେ ରୋଜଗାରର ମାଧ୍ୟମ କୃଷି ଥିଲା ତାହା ପ୍ରତି ଆକୃଷ୍ଟଥିବା ସହ ଏହାକୁ ପସନ୍ଦ କରି ଏଭଳି ଚିହ୍ନକୁ କଂଗ୍ରେସ ଆପଣେଇ ଥିଲା । ୧୯୬୯ରେ କଂଗ୍ରେସର ବିଭାଜନ ସାଙ୍ଗକୁ ନିର୍ବାଚନ ଆୟୋଗ ଉକ୍ତ ଚିହ୍ନକୁ ଜବତ୍ କରିଥିଲେ । କାମରାଜଙ୍କ ନେତୃତ୍ୱରେ ବିଭାଜିତ କଂଗ୍ରେସକୁ ତ୍ରିରଙ୍ଗା ମଧ୍ୟରେ ଚରଖା ଚିହ୍ନ ମିଳିଥିଲା । ଅପରପକ୍ଷରେ ଇନ୍ଦରା ଗାନ୍ଧୀଙ୍କ ନେତୃତ୍ୱ ବିଭାଜିତ କଂଗ୍ରେସକୁ ଗାଈ ଓ ବାଛୁରୀ ଚିହ୍ନ ମିଳିଥିଲା । ୧୯୭୭ରେ ଦେଶର ଜରୁରୀକାଳୀନ ସ୍ଥିତି ପ୍ରତ୍ୟାହୃତ ହେବା ପରେ ଇନ୍ଦରାଙ୍କ ନେତୃତ୍ୱରେ ଆଇଏନସି(ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ)ର ବାଛୁରୀ ଚିହ୍ନକୁ ନିର୍ବାଚନ ଆୟୋଗ ଜବତ କରିଥିଲେ । ଏହି ସମୟରେ ସମ୍ପନ୍ନ ହୋଇଥିବା ଲୋକସଭା ନିର୍ବାଚନରେ ଇନ୍ଦିରା ଗାନ୍ଧୀ ରାଏବରେଲି ଆସନରୁ ପରାଜିତ ହୋଇଥିଲେ । ପରାଜୟରେ ବ୍ୟତିବ୍ୟସ୍ତ ଇନ୍ଦିରା ଶେଷରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଚନ୍ଦ୍ରଶେଖରରେନ୍ଦ୍ର ସରସ୍ୱତୀଙ୍କ ଶରଣ ପଶିଥିଲେ । ଶଙ୍କରାଚାର୍ଯ୍ୟ ହାତ ଉଠାଇ ଇନ୍ଦରାଙ୍କୁ ଆଶୀର୍ବାଦ କରିଥିଲେ । ଏହି ଦୃଶ୍ୟ ଦେଖି ଡାହାଣ ହାତ ପାପୁଲିକୁ ନିର୍ବାଚନ କରିଥିଲେ । ଏହି ଦୃଶ୍ୟ ଦେଖି ଡାହାଣ ହାତ ପାପୁଲିକୁ ନିର୍ବାଚନ ଚିହ୍ନ କରିବାକୁ ଇନ୍ଦିରା ମନକୁ ଆସିଲା ଓ ପରବର୍ତୀ ସମୟରେ କଂଗ୍ରେସ ଏହାକୁ ନିର୍ବାଚନ ଚିହ୍ନ ଭାବେ ଆପଣେଇ ନେଇଥିଲା ।