ମୋଦି-ଟ୍ରମ୍ପ ଆଲୋଚନା
ମୋଦି-ଟ୍ରମ୍ପ ଆଲୋଚନା
admin
Aug 26, 2019 - 11:34
Updated: Aug 26, 2019 - 11:34
ନୂଆଦିଲ୍ଲୀ:ଫ୍ରାନ୍ସ ବ୍ୟାରିଜଠାରେ ଜି-୭ ଶିଖର ସମ୍ମିଳନୀରେ ଭାରତ-ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା । ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ କଶ୍ମୀର ସମସ୍ୟାକୁ ନେଇ ଆଲୋଚନା ହୋଇଛି। ଆଲୋଚନାରେ ମୋଦି କହିଛନ୍ତି ଯେ, ଭାରତ-ପାକିସ୍ତାନ ମଧ୍ୟରେ ବହୁ ଦ୍ୱିପାକ୍ଷିକ ଇସୁ୍ୟ ରହିଛି । କାଶ୍ମୀର ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ପ୍ରସଙ୍ଗ ରହିଛି। ପାକିସ୍ତାନରେ ନିର୍ବାଚନ ପରେ ପ୍ରଧାମନ୍ତ୍ରୀଙ୍କୁ ମୁଁ ଫୋନ କରି କହିଥିଲି ଯେ ପାକିସ୍ତାନକୁ ରୋଗ, ଗରିବି, ଅଶିକ୍ଷା ବିରୋଧରେ ଲଢେଇ କରିବାର ଅଛି। ଦୁଇ ଦେଶ ଏକାଠି ହୋଇ ଏହା ବିରୋଧରେ ଲଢିବାର ଅଛି। ଦୁଇ ଦେଶର ଜନତାଙ୍କ ଉନ୍ନିତ ପାଇଁ କାମ କରନ୍ତୁ। ସେ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ମଧ୍ୟ ଏହି ସମ୍ବନ୍ଧରେ ଆଲୋଚନା ହୋଇଥାଏ।ଏପ୍ରସଙ୍ଗରେ ଉଭୟ ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା କରି ଏହାର ଶାନ୍ତିପୂର୍ଣ୍ଣ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଏଥିସହ ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ମଧ୍ୟ ଭାରତର ଏକ ଆଭ୍ୟନ୍ତରୀଣ ମାମଲା ବୋଲି ମଧ୍ୟ ଆଲୋଚନା କାଳରେ ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରି ଦେଇଛନ୍ତି।